www.samajalive.in
Saturday, December 6, 2025
23.1 C
Bhubaneswar

୨୦୧୯ରେ ଇସ୍ରୋର ୩୨ଟି ମହାକାଶ ଅଭିଯାନ ଲକ୍ଷ୍ୟ

ନୂଆଦିଲ୍ଲୀ: ଇସ୍ରୋର ଜନୈକ ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ୟ ଅନୁଯାୟୀ ୨୦୧୯ରେ ୩୨ଟି ମହାକାଶ ଅଭିଯାନକୁ ସମ୍ପନ୍ନ କରିବାର ଲକ୍ଷ୍ୟ ରଖିଛି ଇସ୍ରୋ। ତେଣୁ ୨୦୧୯ ଇସ୍ରୋ ପାଇଁ ନୂଆ ଚ୍ୟାଲେଞ୍ଜ ଓ ସମ୍ଭାବନାର ବର୍ଷ ବୋଲି ନୂଆବର୍ଷ ଉପଲକ୍ଷେ ନିଜ ସହକର୍ମୀଙ୍କୁ ବାର୍ତ୍ତା ଦେଇଛନ୍ତି ଇସ୍ରୋ ମୁଖ୍ୟ କେ ସିଭାନ।
୩୨ଟି ମହାକାଶ ଅଭିଯାନ ମଧ୍ୟରେ “ଚନ୍ଦ୍ରଯାନ-୨’ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ମଧ୍ୟ ରହିଛି। ଚନ୍ଦ୍ରପୃଷ୍ଠକୁ ଓହ୍ଲାଇବାକୁ ଥିବା ଏହି ଅଭିଯାନ ଆରମ୍ଭ ହେବା ପୂର୍ବରୁ ଚୀନ ଇତିମଧ୍ୟରେ ଚନ୍ଦ୍ରପୃଷ୍ଠରେ ମହାକାଶ ଯାନ ପ୍ରେରଣ କରିସାରିଛି। ଚନ୍ଦ୍ରର ବିପରୀତ ଦିଗରେ ଚନ୍ଦ୍ରଯାନକୁ ଓହ୍ଲାଇ ଚନ୍ଦ୍ରପୃଷ୍ଠରେ ଗୁରୁତ୍ୱପୂର୍ଣ୍ଣ ଖଣିଜର ସନ୍ଧାନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ ପ୍ୟାଡ଼ରୁ ଏହି ମହାକାଶ ଯାନ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି।
ସେହିପରି ୨୦୨୧-୨୨ଆର୍ଥିକ ବର୍ଷରେ ଭାରତୀୟ ମହାକାଶରେ ଭ୍ରମଣ କରିବା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ନୂଆ ଲଞ୍ଚ ପ୍ୟାଡ଼ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି ଇସ୍ରୋ। ଭାରତୀୟଙ୍କୁ ମହାକାଶରେ ଭ୍ରମଣର ସୁବିଧା ଯୋଗାଇ ଦେବାକୁ ବର୍ଷକୁ ୨୩ଟି ପୃଥକ ଭିନ୍ନଭିନ୍ନ ଅଭିଯାନ ମାଧ୍ୟମରେ ୩୦ହଜାର କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଇସ୍ରୋ ସୂଚନା ଦେଇଛି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories