www.samajalive.in
Sunday, December 7, 2025
15.1 C
Bhubaneswar

ଇତିହାସ ରଚିଲା ଇସ୍ରୋ; ୨୮ ଉପଗ୍ରହ ସହ ମହାକାଶକୁ ପଠାଇଲା ଏମିସାଟ୍‌

ନୂଆଦିଲ୍ଲୀ: ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍‍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‍ ମହାକାଶ କେନ୍ଦ୍ରରୁ ଠିକ୍‌ ସକାଳ ୯ଟା ୨୭ ମିନିଟ୍‍ରେ ବିଦେଶର ୨୮ଟି ଉପଗ୍ରହ ସହିତ ଏମିସାଟ୍‍କୁ ପିଏସଏଲଭି-ସି୪୫ ମହାକାଶ ଯାନରେ ଉତକ୍ଷେପଣ କରାଯାଇଥିଲା। ଏମିସାଟ ମହାକାଶରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ଣ ନଜର ରଖିବ।

ଏମିସାଟ୍‌ ସହିତ ପିଏସ୍‌ଏଲଭି ରକେଟ ବିଦେଶର ୨୮ଟି ଉପଗ୍ରହକୁ ମହାକାଶ ନେଇ ଯାଇଛି। ମହାକାଶର ୩ଟି ଭିନ୍ନ ଭିନ୍ନ କକ୍ଷପଥରେ ଉପଗ୍ରହଗୁଡ଼ିକୁ ସ୍ଥାପନ କରିବ। ରକେଟ ପ୍ରଥମେ ୪୩୬ କିଲୋଗ୍ରାମ ଓଜନର ଏମିସାଟକୁ ୭୪୯ କିଲୋମିଟର ଦୂରତାରେ ଥିବା କକ୍ଷପଥରେ ସ୍ଥାପନ କରିବ। ଏହା ପରେ ୨୮ଟି ଉପଗ୍ରହକୁ ୫୦୪ କିଲୋମିଟର ଉଚ୍ଚ କକ୍ଷପଥରେ ସ୍ଥାପନ କରିବ। ବିଦେଶର ୨୮ଟି ଉପଗ୍ରହ ମଧ୍ୟରୁ ଆମେରିକାର ୨୪ଟି, ଲିଥୁଆନିଆର ୨ଟି ଏବଂ ସ୍ପେନ ଓ ସ୍ବିଜରଲାଣ୍ଡର ଗୋଟିଏ ଲେଖାଏ ଉପଗ୍ରହ ରହିଛି।

- Advertisement -

ତେବେ ପ୍ରଥମ ଥର ପାଇଁ ସାଟେଲାଇଟ ଉତ୍‌କ୍ଷେପଣ ସମୟରେ ସାଧାରଣ​‌ ଲୋକଙ୍କୁ ଦେଖିବାର ସୁଯୋଗ ମିଳିଥିଲା। ପାଖାପାଖି ୧ ହଜାର ଲୋକ ସୋମବାର ଏମିସାଟ୍‌ ଲଞ୍ଚ କରାଯିବାର ଦୃଶ୍ୟ ଦେଖିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories