www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲିଠୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ବ୍ୟାନ

ସମ୍ବଲପୁର: ରବିବାରଠାରୁ ମା ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା ଓ ମାଦକ ଦ୍ରବ୍ୟ ବ୍ୟାନ ହେବ। ଏନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତମାନଙ୍କୁ ଏସବୁ ଜିନିଷ ନଆଣିବା ପାଇଁ ଅନୁରୋଧ କରାଯାଇଛି। ରବିବାରୁଠାରୁ ମନ୍ଦିରର ସିକ୍ୟୁରିଟି ସଂସ୍ଥା ଦ୍ୱାରା ଭକ୍ତମାନଙ୍କୁ ଏନେଇ ସଚେତନ କରାଯିବ। ଯଦି କୌଣସି ବ୍ୟକ୍ତି ଏହି ନିୟମ ନମାନିବେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସିଥାନ୍ତି। ହେଲେ ମନ୍ଦିର ପରିସରରେ ପାନ, ଗୁଟଖା ଖାଇ ଲୋକେ ଛାପ ପକାଉଥିବାରୁ ପରିବେଶ ଦୂଷିତ ହେବା ସହିତ ମନ୍ଦିରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ମନ୍ଦିରର ଭିତରର ପରିବେଶକୁ ସ୍ୱଚ୍ଛ ଏବଂ ସ୍ୱାସ୍ଥ୍ୟକର ରଖିବା ପାଇଁ ଏଭଳି ନିଷ୍ପତି ନେଇଛି ଟ୍ରଷ୍ଟ ବୋର୍ଡ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories