www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶି ଦେବାକୁ ଚାହୁଁଛନ୍ତି ମହିଳା ଶୁଟର୍‍: ଶାହଙ୍କୁ ରକ୍ତରେ ଲେଖିଲେ ଚିଠି

ଲକ୍ଷ୍ନୌ: ଅନ୍ତର୍ଜାତୀୟ ଶୁଟର୍‍ ବର୍ତ୍ତିକା ସିଂହ ନିର୍ଭୟା ଦୋଷୀଙ୍କୁ ନିଜ ହାତରେ ଫାଶି ଦେବା ପାଇଁ ଦାବି କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ରକ୍ତରେ ଏକ ଚିଠି ଲେଖିଛନ୍ତି। ନିର୍ଭୟାର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଜଣେ ମହିଳା ହିଁ ଫାଶି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ବର୍ତ୍ତିକା ପତ୍ରରେ ଲେଖିଛନ୍ତି, “ନିର୍ଭୟା ଦୋଷୀମାନଙ୍କୁ ମୋ ଦ୍ୱାରା ହିଁ ଫାଶି ଦିଆଯିବା ଆବଶ୍ୟକ। ଏହା ସମ୍ପୂର୍ଣ୍ଣ ଦେଶକୁ ଏକ ବର୍ତ୍ତା ଦେବ ଯେ, ଜଣେ ମହିଳା ମଧ୍ୟ ଜହ୍ଲାଦ ସାଜି ଫାଶି ଦେଇ ପାରିବ”। ଏହା ସହିତ ସେ ଆହୁରି ଲେଖିଛନ୍ତି ଯେ, “ମୁଁ ଚାହୁଁଛି ସମସ୍ତ ମହିଳା କଳାକାର ଏବଂ ସାଂସଦମାନେ ମୋତେ ସମର୍ଥନ କରନ୍ତୁ। ମୋର ବିଶ୍ୱାସ ଏହା ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିବ”।
ଅନ୍ୟପକ୍ଷରେ ବର୍ତ୍ତିକାଙ୍କ ଏହି ପତ୍ରକୁ ନେଇ ସାମାଜିକ ଗଣମାଧ୍ୟମ ସମେତ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କିଛି ଲୋକ ତାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ନାଟକ କହିବା ସହ ବିରୋଧ କରିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories