ନୂଆଦିଲ୍ଲୀ : ସାଧାରଣତଃ ଅଧିକାଂଶ ବ୍ୟକ୍ତି କ୍ରିକେଟ୍ କ୍ଷେତ୍ରରେ ୱେଷ୍ଟଇଣ୍ଡିଜର ନାମ ଶୁଣିଥିବେ ଏବଂ ଏହାର ଖେଳାଳିମାନେ ଖେଳୁଥିବା ଦେଖିଥିବେ। କିନ୍ତୁ କ’ଣ ଆପଣ ଜାଣନ୍ତି ୱେଷ୍ଟଇଣ୍ଡିଜ୍ ଏକ ଦେଶ ନୁହେଁ ବୋଲି। ହଁ ଏହା ସତ୍ୟ ଯେ ୱେଷ୍ଟଇଣ୍ଡିଜ ଏକ ଦେଶ ନୁହେଁ। ବାସ୍ତବରେ ଏହା କ୍ରିକେଟ୍ ଖେଳୁଥିବା ଦେଶଗୁଡିକର ଏକ ଗୋଷ୍ଠୀ। ଯାହାକୁ ’କାରିବିଆନ୍ ଦେଶ’ କୁହାଯାଏ। କାରିବିଆନ୍ ଦ୍ୱୀପରେ ସମୁଦାୟ ୨୮ଟି ଦେଶ ଏବଂ ପ୍ରଦେଶ ଅଛି, ଯେଉଁଥିରୁ ୧୫ଟି ଦେଶର ଖେଳାଳିଙ୍କୁ ନେଇ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଗଠିତ।
କାରିବିଆନ୍ ଅଞ୍ଚଳ ହେଉଛି ଏକ ଦ୍ୱୀପପୁଞ୍ଜ ଯାହାକି ଅନ୍ଧକାର ମହାସାଗରରେ ଅବସ୍ଥିତ। ଏହି ଦ୍ୱୀପପୁଞ୍ଜର ଲମ୍ବ ୪,୦୨୦କିଲୋମିଟର ଏବଂ ଚଉଡା ୨୫୭ କିଲୋମିଟର। ଯେଉଁଥିରେ ୭ହଜାରରୁ ଅଧିକ ଦ୍ୱୀପପୁଞ୍ଜ ଅନ୍ତର୍ଭୁକ୍ତ। ଜଣାଶୁଣା କ୍ରିକେଟର କ୍ରିସ ଗେଲ ଜାମାଇକା ଦ୍ୱୀପରୁ ଆସିଛନ୍ତି। ସେହିଭଳି ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ସମସ୍ତ ଖେଳାଳି କିଛି ନା କିଛି ଦେଶ କିମ୍ବା ପ୍ରଦେଶରୁ ଆସିଥାନ୍ତି।
ଆପଣ ଜାଣନ୍ତି କି? ଏହି ଦ୍ୱୀପଟି କାହିଁକି କାରିବିଆନ୍ ନାମରେ ନାମିତ ହେଲା? ବାସ୍ତବରେ, ଏଠାରେ ’କାରିବ୍’ ନାମକ ଏକ ଜନଜାତି ବାସ କରନ୍ତି, ଯାହାଙ୍କ ନାମରେ ଏହି ଦ୍ୱୀପଟିକୁ କାରିବିଆନ୍ ନାମରେ ନାମିତ କରାଗଲା। ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ଯେ, ଏହି ଜନଜାତିର ଲୋକମାନେ ନରଭକ୍ଷୀ ଅର୍ଥାତ୍ ମଣିଷ ମାଂସ ଖାଉଥିଲେ।
କାରିବିଆନ୍ ଦ୍ୱୀପପୁଞ୍ଜର ସବୁଠାରୁ ବଡ ଦେଶ ହେଉଛି କ୍ୟୁବା। ସେହିଭଳି ଏହାର ସବୁଠାରୁ ଛୋଟ ଦେଶ ହେଉଛି ସେଣ୍ଟ କିଟ୍ସ ଏବଂ ନେଭିସ୍। କ୍ୟୁବା ୪୨ହଜାର ବର୍ଗ କିଲୋମିଟର ଉପରେ ବ୍ୟାପିଥିବାବେଳେ ସେଣ୍ଟ କିଟ୍ସ ଏବଂ ନେଭିସ୍ ମାତ୍ର ୨୬୧ ବର୍ଗ କିଲୋମିଟର ପର୍ୟ୍ୟନ୍ତ ବ୍ୟାପିଛି।
ଯେହେତୁ ଆମେ ସମସ୍ତେ ଜାଣୁ ଯେ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳର ଜାତୀୟ ସଂଗୀତ ଗାନ କରାଯାଇଥାଏ। କିନ୍ତୁ ୱେଷ୍ଟଇଣ୍ଡିଜ୍ ଏକ ଦେଶ ହୋଇ ନ ଥିବାରୁ ଏହାର କୌଣସି ଜାତୀୟ ସଂଗୀତ ନାହିଁ। ଏହି ଦଳର ଖେଳାଳିମାନେ ଖେଳ ଆରମ୍ଭ ହେବା ପୂର୍ବରୁ ’କ୍ରିକେଟ୍ ଆନ୍ଥମ୍’ ଗାଇଥାନ୍ତି। ୱେଷ୍ଟଇଣ୍ଡିଜର ପତାକା ମଧ୍ୟ ଏକ କ୍ରିକେଟ୍ ପତାକା।
ୱେଷ୍ଟଇଣ୍ଡିଜ୍ କ’ଣ ଏକ ଦେଶ ? ଯଦି ଦେଶ ନୁହେଁ ତେବେ କ’ଣ ?
Popular Categories



