www.samajalive.in
Saturday, December 6, 2025
26.1 C
Bhubaneswar

ଏଠାରେ ନବଦମ୍ପତ୍ତିଙ୍କୁ ୩ଦିନ ପର୍ଯ୍ୟନ୍ତ ଶୌଚାଳୟ ନିଷେଧ

ଆମ ସମାଜରେ ଏମିତି ଅନେକ ପ୍ରଥା ଓ ପରମ୍ପରା ରହିଛି ଯାହା ବେଶ୍‍ ଅଶ୍ଚର୍ଯ୍ୟଜନକ ଓ କୌତୁହଳମୟ। ତେବେ ଏପରି ଏକ ଦେଶ ରହିଛି ଯେଉଁଠି ପ୍ରଚଳିତ ଥିବା ଏକ ଅଦ୍ଭୁତ ପ୍ରଥା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ନବବିବାହିତ ଦମ୍ପତ୍ତିଙ୍କୁ ବିବାହ ସରିବାର ୩ ଦିନ ପର୍ଯ୍ୟନ୍ତ ଶୌଚାଳୟ ଯିବାକୁ ଦିଆଯାଏ ନାହିଁ। ଏହି ଅଦ୍ଭୁତ ପ୍ରଥା ଇଣ୍ଡୋନେସିଆରେ ପାଳନ କରାଯାଏ। ଏଠାକାର ଟିଡଙ୍ଗ୍‍ ସମ୍ପ୍ରଦାୟର ଲୋକେ ଏହି ନିୟମକୁ ବହୁତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥାଆନ୍ତି ଓ ନିଷ୍ଠାର ସହିତ ଏହାକୁ ପାଳନ କରିଥାଆନ୍ତି।

ନିୟମ ଅନୁସାରେ ବିବାହ ସରିବାର ୩ ଦିନ ପର୍ଯ୍ୟନ୍ତ ଉଭୟ ବର ଓ କନ୍ୟା ଶୌଚାଳୟ ଯାଇପାରିବେ ନାହିଁ। ବିଶ୍ୱାସ ରହିଛି ଯେ ଯଦି ଏହି ସମୟରେ ଦୁହିଁଙ୍କ ମଧ୍ୟରୁ କେହି ଶୌଚାଳୟ ଯାଆନ୍ତି ତେବେ ତାହା ଅଶୁଭ ହୋଇଥାଏ। ବାସ୍ତବରେ, ଏପରି କୁହାଯାଏ ଯେ ବିବାହ ଏକ ପବିତ୍ର ସମାରୋହ ହୋଇଥାଏ ଓ ଶୌଚାଳୟ ଯିବା ଦ୍ୱାରା ଏହି ପବିତ୍ରତା ନଷ୍ଟ ହୋଇଥାଏ। ଏପରି କରିବା ଦ୍ୱାରା ବର ଓ କନ୍ୟା ଅପବିତ୍ର ହୋଇଯାଆନ୍ତି। ଏହାର ଆହୁରି ଏକ କାରଣ ଜାଣିବା ପରେ ଆପଣ ବୁଝିପାରିବେ ଅନ୍ଧବିଶ୍ୱାସ କେବଳ ଭାରତରେ ନୁହେଁ ବରଂ ଅନ୍ୟ ଦେଶମାନଙ୍କରେ ମଧ୍ୟ ବ୍ୟାପି ରହିଛି। ଏପରି ମଧ୍ୟ କୁହାଯାଏ ଯେ ଶୌଚାଳୟ ଏକ ଅପରିଷ୍କାର ସ୍ଥାନ ହୋଇଥିବା ଯୋଗୁଁ ସେଠାରେ ନକରାତ୍ମକ ଶକ୍ତିମାନ ବାସ କରିଥାଆନ୍ତି। ଯଦି ବିବାହ ପରେ ବର,କନ୍ୟା ଶୌଚାଳୟକୁ ଯାଆନ୍ତି ତେବେ ତାଙ୍କ ବୈବାହିକ ଜୀବନ ବିପଦରେ ପଡ଼ିବାର ସମ୍ଭାବନା ଥାଏ। ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟାଙ୍କୁ ଶୌଚାଳୟ ଯିବା ନିଷେଧ ତେଣୁ ଏହା ପାଇଁ ପ୍ରସ୍ତୁତି ପୂର୍ବରୁ କରାଯାଇଥାଏ। ବିବାହ ପରେ ବର-କନ୍ୟାଙ୍କ ଖାଦ୍ୟ ପାନୀୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ତାଙ୍କର କୌଣସି ଅସୁବିଧା ନହେଉ ସେଥିପାଇଁ ଦୁଇ ପରିବାରର ଲୋକେ ସାଥି ହୋଇ ରହିଥାଆନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories