www.samajalive.in
Monday, December 8, 2025
14.1 C
Bhubaneswar

ଲୌହ ମହିଳା ; ପ୍ରେରଣାର ସ୍ରୋତ – ଇନ୍ଦିରାଗାନ୍ଧୀ

ଅମର କୃତିତ୍ୱ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି କାଳ କାଳକୁ ଅମର ରହିଥିବା ମହାନ୍‌ ନାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶ୍ରୀମତି ଇନ୍ଦିରା ଗାନ୍ଧୀ। ଆଜି ଭାରତର ଲୌହ ମହିଳା ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିନ।୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଆହ୍ଲାବାଦ ସ୍ଥିତ ‘ଆନନ୍ଦଭବନ’ରେ ସେ ଜନ୍ମ ଗ୍ରହଣ କରିଥିଲେ। ଇନ୍ଦିରାଙ୍କୁ ନାରୀ ରତ୍ନ ମାନଙ୍କ ମଧ୍ୟରେ ଗଣତି କରାଯାଏ। ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଯେତେ ଚର୍ଚ୍ଚା ହେଲେ ମଧ୍ୟ ତାହା କଦାପି ଶେଷ ହେବ ନାହିଁ। ଭାରତୀୟ ରାଜନୀତିର ଗୌରବକୁ ଶିଖରରେ ପହଞ୍ଚାଇଥିବା ମହିଳା ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ବାସ୍ତବିକ ନାମ ଇନ୍ଦିରା ପ୍ରିୟଦର୍ଶିନୀ ଥିଲା। ସେ ଦୂରଦର୍ଶୀ ଓ ସାହସୀ ମହିଳା ଥିଲେ। ସେ ଭାରତର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ଥିଲେ। ସେ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଏକ ମାତ୍ର କନ୍ୟା ଥିଲେ। ତାଙ୍କର ପ୍ରାରମ୍ଭିକ ଶିକ୍ଷା ସୁଇଜରଲ୍ୟାଣ୍ଡରେ ହୋଇଥିଲା ଏବଂ କଲିକତାର ଶାନ୍ତି ନିକେତନରେ ତାଙ୍କ ଶିକ୍ଷା ଶେଷ ହୋଇଥିଲା। ପାଠ ପଢିବା ସମୟରେ ସେ କିଛି କିଛି ସମୟ ରାଜନୀତିରେ ମଧ୍ୟ ଦେଉଥିଲେ।
ସେ ଜଣେ ଏପରି ମହିଳା ଥିଲେ ଯିଏ କି କାର୍ୟ୍ୟଦକ୍ଷତା ବଳରେ କେବଳ ଭାରତର ରାଜନୀତିରେ ନୁହେଁ ବରଂ ବିଶ୍ୱ ରାଜନୀତିରେ ମଧ୍ୟ ଗଭୀର ପ୍ରଭାବ ପକାଇ ପାରିଥିଲେ। ଏହି କାରଣରୁ ତାଙ୍କୁ ଲୌହ ମହିଳା ଭାବେ ମଧ୍ୟ ସମ୍ବୋଧିତ କରାଯାଏ।
ଭାରତର ଏହି ନାରୀଙ୍କର ବିଶାଳତମ ଗଣତନ୍ତ୍ର ଭାରତରେ ୧୬ ବର୍ଷ ପର୍ୟ୍ୟନ୍ତ ଏକଛତ୍ର ଶାସନ କରିଥିଲେ। ବିଶ୍ୱରେ ସଶକ୍ତ ମହିଳା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ବିଶ୍ୱରେ ସର୍ବାଧିକ ଶକ୍ତିଶାଳୀ ମହିଳା ଭାବେ ପରିଗଣିତ ହେଉଥିଲେ। ଇନ୍ଦିରା ଗାନ୍ଧୀ ନିଜର ରାଜନୈତିକ କାର୍ୟ୍ୟ ଦ୍ୱାରା ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିଲେ। ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ପରମାଣୁ ବିସ୍ଫୋଟ କରିବା ତାଙ୍କ ସମୟର ମହାନ ଉପଲବ୍ଧି ଥିଲା। ଯାହାଦ୍ୱାରା ଭାରତ ବିଶ୍ୱର ୬ଷ୍ଠ ପରମାଣୁ ସମ୍ପନ ଦେଶର ଗଣିତିରି ଆସିଥିଲା। ପଞ୍ଜାବରେ ବଢୁଥିବା ଆତଙ୍କବାଦକୁ ଇନ୍ଦିରା ଗାନ୍ଧୀ ସମାପ୍ତି କରିଥିଲେ। ସେ କହିଥିଲେ ‘ ମୁଁ ଯଦି ରାଷ୍ଟ୍ର ପାଇଁ କାର୍ୟ୍ୟ କରିବା ସମୟରେ ମୋର ପ୍ରାଣ ମଧ୍ୟ ଚାଲିଯାଏ। ତେବେ ମୁଁ ଗର୍ବିତ ହେବି। ପ୍ରକୃତରେ କହିବାକୁ ଗଲେ ତାଙ୍କର ଦେଶ ପାଇ ଅବଦାନ, ତ୍ୟାଗ ଓ କାର୍ୟ୍ୟକଳାପ ଯେପରି ତାଙ୍କର ପ୍ରତିଟି ରକ୍ତ ବୁନ୍ଦା ଦେଶର ହିତ ଓ ଦେଶକୁ ଉନ୍ନିତ ପଥରେ ଅଗ୍ରସର କରିଛି।
ତାଙ୍କର କିଛି ମନ୍ତବ୍ୟ ଜାଣନ୍ତୁ ଯାହା ଆମକୁ ସର୍ବଦା ପ୍ରେରଣା ପ୍ରଦାନ କରିବା ସହ ଉନ୍ନତି ମାର୍ଗରେ ଯିବାକୁ ସାହସ ପ୍ରଦାନ କରିଥାଏ।
ଯଦି ଏହି ଦେଶ ସେବା କାର୍ୟ୍ୟ କରିବା ସମୟରେ ମୁଁ ମରି ମଧ୍ୟ ଯାଏ, ତେବେ ଏହା ମୋ ପାଇଁ ଗର୍ବର କାରଣ ହେବ। ମୋ ରକ୍ତର ପ୍ରତି ବୁନ୍ଦା ଦେଶର ଉନ୍ନତି, ଏହାକୁ ମଜବୁତ୍‍ ଓ ଗତିଶୀଳ କରିବା ପଥରେ ଯୋଗଦାନ କରିବ।
ଯେଉଁ ହାତର ମୁଠା ବନ୍ଦ ଥାଏ, ତା ସହ ହାତ ମିଳାଇବା ସମ୍ଭବ ନୁହେଁ।
ବିନା ଯୁକ୍ତିରେ କ୍ରୋଧ ସମ୍ଭବ ନୁହେଁ। ମାତ୍ର କିଛି ସମୟରେ ଏହା ସଠିକ ଅଟେ।
ଲୋକେ ନିଜ କର୍ତ୍ତବ୍ୟକୁ ଭୁଲି ଯାଇଥାଆନ୍ତି, ମାତ୍ର ଅଧିକାରକୁ ସର୍ବଦା ସ୍ମରଣ ରଖିଥାଆନ୍ତି।
ଯେଉଁଠାରେ ଇଚ୍ଛା ଶକ୍ତି ନ ଥାଏ, ସେଠାରେ ପ୍ରେମ ନ ଥାଏ।
ଦୁନିଆରେ ଦୁଇ ପ୍ରକାରର ଲୋକେ ଅଛନ୍ତି , କିଛି ଲୋକଙ୍କର ବିନା ଟଙ୍କାରେ କୌଣସି କାର୍ୟ୍ୟ କରିବାର ସାମର୍ଥ୍ୟ ନଥାଏ। ଅନ୍ୟ କିଛି ଜଣ ଟଙ୍କା ନେଇ ମଧ୍ୟ କିଛି କାର୍ୟ୍ୟ କରି ନଥାଆନ୍ତି, ସେମାନଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ।
ଦୁନିଆରେ ଦୁଇ ପ୍ରକାରର ଲୋକେ ଅଛନ୍ତି। ପ୍ରଥମ ଯେଉଁମାନେ କାର୍ୟ୍ୟ କରିବାକୁ ପସନ୍ଦ କରିଥାଆନ୍ତି। ଅନ୍ୟ ଯେ କେବଳ କାର୍ୟ୍ୟର ଶ୍ରେୟ ନେବାକୁ ପସନ୍ଦ କରିଥାଆନ୍ତି। ତେଣୁ କାର୍ୟ୍ୟ କରିବା ପାଇଁ ସର୍ବଦା ଇଚ୍ଛା କରୁଥିବା ଭଳି ଲୋକେ ହିଁ ଜୀବନରେ ପ୍ରକୃତ ସଫଳତା ହାସଲ କରିଥାଆନ୍ତି।
ଗୋଟିଏ ଦେଶର ଅସ୍ଥିତ୍ୱ ହେଉଛି ତାହା ନିଜେ କ’ଣ କରିବାର ସାମର୍ଥ୍ୟ ରଖେ। ଏହା ନୁହେଁ କି ସେ ଅନ୍ୟ ଦେଶ ତୁଳନାରେ ସେ କଣ ଅଧିକ କରିପାରିବ।
ପ୍ରଶ୍ନ କରିବାର ଅଧିକାର ମାନବ ପ୍ରଗତିର ଆଧାର ଅଟେ।
କୌଣସି କାନ୍ଥକୁ ସେ ପର୍ୟ୍ୟନ୍ତ ଭାଙ୍ଗିବା ଉଚିତ ନୁହେଁ, ଯେଉଁ ପର୍ୟ୍ୟନ୍ତ ଜଣାନପଡ଼ିଥାଏ ତାହା କେଉଁ କାର୍ୟ୍ୟ ପାଇଁ ନିର୍ମିତ ହୋଇଛି।
କ୍ଷମା କରିବା ବୀର ପୁରୁଷର ଗୁଣ ଅଟେ।
କୌଣସି କାର୍ୟ୍ୟ କରିବାକୁ ଆଗ୍ରହ ଥିଲେ, ପ୍ରଥମେ ଧୀରେ ଧୀରେ ତାହାକୁ ଆରମ୍ଭ କରନ୍ତୁ। ଏହା ଦ୍ୱାରା କାର୍ୟ୍ୟ କରିବାକୁ ସାହସ ପାଇବା ସହ କାର୍ୟ୍ୟରେ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories