BJD Bijuli 480×75 Mob

ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍‌‌ ଟ୍ରେନ୍‌‌ର ଶୁଭାରମ୍ଭ କଲେ ମୋଦୀ

BJD Bijuli 480×75 Mob

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର​‌ ଉତ୍ତରପ୍ରଦେଶର ସାହିବାବାଦ ଠାରୁ ଦେଶର ପ୍ରଥମ ଆଞ୍ଚଳିକ ରେଳ RAPID X କୁ ଉଦ୍‌‌ଘାଟନ କରିଛନ୍ତି । ଏହି ଅବସରରେ ଟ୍ରେନରେ ଯାତ୍ରା କରୁଥିବା ପିଲା, ଛାତ୍ର ଛାତ୍ରୀ ଓ କର୍ମଚାରୀମାନଙ୍କ ସହିତ ସେ ଆଲୋଚନା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଏହି ଟ୍ରେନ୍‌‌ ୧୭ କିଲୋମିଟର ଯାତ୍ରା କରିବ । ତାହା ମଧ୍ୟରେ ସାହିବାବାଦ, ଦୁହାଇ, ଗାଜିଆବାଦ, ଗୁଲ୍‌‌ଧର ଓ ଦୁହାଇ ଡିପୋ ଆଦି ୫ଟି ଷ୍ଟେସନ ରହିବ। ସେହି ଟ୍ରେନ୍‌‌ ଗୁଡ଼ିକ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରିବ ଓ ପ୍ରତି ୧୫ ମିନିଟ୍‌‌ରେ ଥରେ ସେଗୁଡ଼ିକ ଚଳାଚଳ କରିବ । RAPID X ଟ୍ରେନ୍‌‌ରେ ୬ଟି କୋଚ୍‌‌ ରହିବ ଓ ସେଥିରେ ମୋଟ୍‌‌ ୧ ହଜାର ୭୦୦ ଯାତ୍ରୀ ଯାଇପାରିବେ । ଗୋଟିଏ କୋଚ୍‌‌ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଉଭୟ ପଟରୁ ପ୍ରଥମ ଟ୍ରେନ୍‌‌ ସକାଳ ୬ଟାରେ ଯାତ୍ରା ଆରମ୍ଭ କରିବ ଓ ରାତି ୧୧ଟାରେ ଶେଷ ଟ୍ରେନ୍‌‌ ଚଳାଚଳ କରିବ ।
ଶନିବାରଠାରୁ ସାଧାରଣ ଯାତ୍ରୀମାନଙ୍କ ପାଇଁ ସେବା ଆରମ୍ଭ  ହେବ । ପ୍ରତ୍ୟେକ RAPID X ଟ୍ରେନ୍‌‌ରେ ଗୋଟିଏ ଲେଖାଏଁ ପ୍ରିମିୟମ୍‌‌ କୋଚ୍‌‌ ରହିବ । ସେହି କୋଚ୍‌‌ ଗୁଡ଼ିକରେ ଅତିରିକ୍ତ ସୁବିଧାମାନ ରହିବ । ସେଗୁଡ଼ିକ ମଧ୍ୟରେ ରିକ୍‌‌ଲାଇନିଙ୍ଗ୍‌‌ ସିଟ୍‌‌, କୋଟ୍‌‌ ହୁକ୍‌‌, ମାଗାଜିନ୍‌‌ ହୋଲ୍‌‌ଡର୍‌‌ ଓ ଫୁଟ୍‌‌ ରେଷ୍ଟ୍‌‌ ରହିବ । ଆରାମଦାୟକ ଯାତ୍ରା ପାଇଁ ସେହି ଟ୍ରେନ୍‌‌ରେ ଅନେକ ସୁବିଧା ରଖାଯିବ । ସେଗୁଡ଼ିକ ମଧ୍ୟରେ 2X2 ଟ୍ରାନ୍ସଭର୍ସ ସିଟିଙ୍ଗ୍‌‌, ଲଗେଜ୍‌‌ ର୍ୟାକ୍‌‌, ସିସିଟିଭି କ୍ୟାମେରା, ମୋବାଇଲ୍‌‌ ଚାର୍ଜିଙ୍ଗ୍‌‌ ସୁବିଧା ଓ ଅଟୋ କଣ୍ଟ୍ରେଆଲ୍‌‌ ଆମ୍ବିଏଣ୍ଟ୍‌‌ ଲାଇଟିଙ୍ଗ୍‌‌ ସିଷ୍ଟମ୍‌‌ ପ୍ରଭୃତି ଅନ୍ତର୍ଭୁକ୍ତ ।
ସାଧାରଣ କୋଚ୍‌‌ ପାଇଁ ଟିକଟ୍‌‌ର ମୂଲ୍ୟ ଯାତ୍ରୀ ପିଛା ୨୦ଟଙ୍କା ରଖାଯାଇଛି । ପ୍ରିମିୟମ କୋଚ୍‌‌ରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ଏହାର ଦ୍ୱିଗୁଣିତ ମୂଲ୍ୟ ଦେବାକୁ ପଡିବ । ସାହିବାବାଦରୁ ଦୁହାଇ ଡିପୋ ମଧ୍ୟରେ ଯାତ୍ରା ପାଇଁ ୫୦ଟଙ୍କା ଭଡ଼ା ଲାଗିବ । ପ୍ରିମିୟମ କୋଚ୍‌‌ରେ ଯାତ୍ରା ପାଇଁ ୧୦୦ଟଙ୍କା ଭଡା ରଖାଯାଇଛି । ଯଦି କୌଣସି ଯାତ୍ରୀ ଏକ ଷ୍ଟେସନରେ ପ୍ରବେଶ କରି ବାହାରକୁ ଚାଲିଆସନ୍ତି ତେବେ ତାଙ୍କୁ ୨୦ଟଙ୍କା ଦେବାକୁ ପଡିବ । ୯୦ ସେଣ୍ଟିମିଟରରୁ କମ୍‌‌ ଉଚ୍ଚତାର ପିଲାମାନେ ମାଗଣାରେ ଯାତ୍ରା କରିବେ । ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ ପରିଚାଳନା ନିର୍ଦ୍ଦେଶକ ବିନୟ କୁମାର ସିଂ କହିଛନ୍ତି ୟୁପିଆଇ ଭିତ୍ତିକ ଟିକେଟ୍‌‌ ଭେଣ୍ଡିଙ୍ଗ୍‌‌ ମେସିନ୍‌‌ ଷ୍ଟେସନ୍‌‌ ଗୁଡ଼ିକରେ ଲଗାଯାଇଛି । ନେସନାଲ୍‌‌ କମନ୍‌‌ ମୋବିଲିଟି କାର୍ଡକୁ ରିଚାର୍ଜ କରିବା ଓ କ୍ୟୁଆର ଟିକେଟ୍‌‌ କ୍ରୟ କରିବା ପାଇଁ ସେହି ମେସିନ୍‌‌ ଗୁଡ଼ିକୁ ବ୍ୟବହାର କରାଯାଇ ପାରିବ । ଯାତ୍ରୀମାନେ RAPID X ଷ୍ଟେସନରୁ ମଧ୍ୟ ଟିକେଟ୍‌‌ କ୍ରୟ କରିପାରିବେ ।

Comments are closed.