www.samajalive.in
Thursday, December 11, 2025
27.1 C
Bhubaneswar

କରୋନା ଜିନୋମ ଅଧ୍ୟୟନ ପାଇଁ ଦେଶର ୧୦ଟି ପ୍ରମୁଖ ପରୀକ୍ଷାଗାରକୁ ନେଇ ଆରମ୍ଭ ହେଲା ‘ଇନ୍ସାକଗ’, ଓଡ଼ିଶାର ଭୁବନେଶ୍ୱର ଆଇଏଲଏସ ସାମିଲ

କରୋନାର ନୂଆ ଧାରାକୁ ନେଇ ଗବେଷଣା ଓ ଜିନୋମ ଅଧ୍ୟୟନ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶର ୧୦ଟି ପ୍ରମୁଖ ସରକାରୀ ଓ ଘରୋଇ ପରୀକ୍ଷାଗାରକୁ ନେଇ ଗଠନ କରିଛନ୍ତି ‘ଇନ୍ସାକଗ’ (ଇଣ୍ଡିଆନ ସାରସ-କୋଭିଡ-ଟୁ ଜିନୋମିକ କନସୋଟିଆ)। ସେହି ୧୦ଟି ପରୀକ୍ଷାଗାର ହେଉଛି ଏନଆଇବିଏମଜି କଲ୍ୟାଣୀ, ଆଇଏଲଏସ ଭୁବନେଶ୍ୱର, ଆଇସିଏମଆର-ଏନଆଇଭି ପୁଣେ, ଏନସିସିଏସ ପୁଣେ, ସିଆଇଏସଆର-ସିସିଏମବି ହାଇଦ୍ରାବାଦ, ସିଡିଏଫଡ଼ି ହାଇଦ୍ରାବାଦ, ଇନଷ୍ଟେମ / ଏନସିବିଏସ ବେଙ୍ଗାଲୁରୁ, ନିମହାନ୍ସ ବେଙ୍ଗାଲୁରୁ, ସିଏସଆଇଆର-ଆଇଜିଆଇବି ଦିଲ୍ଲୀ ଏବଂ ଏନସିଡିସି ଦିଲ୍ଲୀ।

ଭାରତୀୟ ସାରସ କୋଭିଡ-୨ ଭୁତାଣୁ ଜେନୋମିକ୍ସ କନ୍ସୋର୍ଟିୟମର ଲକ୍ଷ୍ୟ ହେଉଛି ବହୁମୁଖୀ ପରୀକ୍ଷାଗାର ନେଟୱାର୍କ ମାଧ୍ୟମରେ ନିୟମିତ ବ୍ୟବଧାନରେ କୋଭିଡ-୨ ଭୁତାଣୁର ଜେନୋମିକ୍ ପରିବର୍ତ୍ତନ ଉପରେ ନଜର ରଖିବା। ଏହି କନ୍ସୋର୍ଟିୟମ୍ ଭବିଷ୍ୟତରେ ସମ୍ଭାବ୍ୟ ଟିକା ବିକାଶରେ ମଧ୍ୟ ସାହାଯ୍ୟ କରିବ। କନ୍ସୋର୍ଟିୟମ୍ ଦେଶରେ ସାରସ କୋଭିଡ-୨ ଭୁତାଣୁର ନୂତନ ପ୍ରକାରର ସ୍ଥିତି ଅନୁଧ୍ୟାନ କରିବା ସହ ଜନସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜେନୋମିକ୍ ପ୍ରକାରଗୁଡିକର ଶୀଘ୍ର ଚିହ୍ନଟ ପାଇଁ ନଜର ରଖିବ ଏବଂ ଜେନୋମିକ୍ ପ୍ରକାରଗୁଡିକ ନିର୍ଣ୍ଣୟ କରିବ।

- Advertisement -

କେନ୍ଦ୍ର ଜୈବ ପ୍ରଦ୍ୟୋଗିକି ବିଭାଗ ସଚିବ ଡଃ ରେଣୁ ସ୍ୱରପ କହିଛନ୍ତି ଯେ ଇନ୍ସାକଗରେ ଏକ ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ ପରିଚାଳନା କମିଟି ରହିବ ଯାହା କନ୍ସୋର୍ଟିୟମକୁ ବିଶେଷ ମାର୍ଗଦର୍ଶନ ଏବଂ ତଦାରଖ କରିବ। ଏହା ଛାଡ ଏଥିରେ ବୈଜ୍ଞାନିକ ଏବଂ ବୈଷୟିକ ମାର୍ଗଦର୍ଶନ ପାଇଁ ଏକ ବୈଜ୍ଞାନିକ ପରାମର୍ଶଦାତା ଗୋଷ୍ଠୀ ରହିବ। ସେ କହିଛନ୍ତି, କେନ୍ଦ୍ର ଜୈବ ପ୍ରଦ୍ୟୋଗିକି ବିଭାଗ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଆଇସିଏମଆର ଏବଂ ସିଆଇଏସଆର ମିଳିତ ଭାବେ ଏହି ରଣନୀତି ପ୍ରସ୍ତୁତ କରିଛନ୍ତି।

ବ୍ରିଟେନ, ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳରେ ଏହି କରୋନାର ଦ୍ଵିତୀୟ ପ୍ରକାର ଭାଇରସ ଚିହ୍ନଟ ନିମନ୍ତେ ସରକାର ଭାଇରସ୍ ସର୍ଭିଲାନ୍ସ ଏବଂ ଜେନୋମ୍ ସିକ୍ୱେନ୍ସିଂକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛନ୍ତି। ବ୍ରିଟେନରେ ବିଶେଷତଃ ଲଣ୍ଡନରେ ଦେଖାଦେଇ ଥିବା ଏହି ନୂତନ ପ୍ରକାର ପୂର୍ବରୁ ପ୍ରସାରିତ କରୋନା ଭୁତାଣୁ ଅପେକ୍ଷା ୭୦ ପ୍ରତିଶତ ଅଧିକ ପ୍ରଭାବୀ ବୋଲି ପ୍ରାଥମିକ ଆକଳନରୁ ଜଣାପଡିଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories