www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ ରାଜକୁମାରଙ୍କ କୋଠା ୧୫୨ କୋଟିରେ ବିକ୍ରି

ଲଣ୍ଡନ : ଲଣ୍ଡନରେ ଥିବା ଭାରତୀୟ ରାଜକୁମାରଙ୍କ ଏକ କୋଠାକୁ ୧୫.୫ ନିୟୁତ ପାଉଣ୍ଡ (ପ୍ରାୟ ୧୫୨କୋଟି ଟଙ୍କା)ରେ ବିକ୍ରି ହୋଇଛି। ଏହି କୋଠାଟି ମହାରାଜା ଦିଲ୍ଲୀପ ସିଂହଙ୍କ ପୁଅ ରାଜକୁମାର ଭିକ୍ଟର ଆଲବର୍ଟ ଜୟଙ୍କ ନାମରେ ରହିଥିଲା। ଦିଲୀପ ସିଂହ ମହାରାଜା ରଞ୍ଜିତ ସିଂହଙ୍କ ସାନପୁଅ। ଦିଲୀପ ସିଂହ ଶିଖ ସାମ୍ରାଜ୍ୟର ଶେଷ ରାଜା ଥିଲେ। ଉନ୍ନବିଂଶ ଶତାବ୍ଦୀରେ ଶିଖ ସାମ୍ରାଜ୍ୟ ବ୍ରିଟିଶ ଶାସନ ଅଧିନକୁ ଯିବା ପରେ ଦିଲୀପ ସିଂହ ଲଣ୍ଡନକୁ ଚାଲିଯାଇଥିଲେ। ୧୮୬୬ରେ ଦିଲୀପ ସିଂହଙ୍କ ପୁଅ ଭିକ୍ଟର ଜନ୍ମ ଗ୍ରହଣ କରିଥିଲେ। ରାଣୀ ଭିକ୍ଟୋରିଆଙ୍କୁ ସେ ନିଜର ଜେଜେମା ଭାବେ ଗ୍ରହଣ କରିଥିଲେ। ୧୮୬୮ରେ ପ୍ରିନ୍ସ ଭିକ୍ଟରଙ୍କ ନାମରେ ଏହି କୋଠାଟିକୁ ମହାରାଜା ଦିଲୀପ କିଣିଥିଲେ। ୫୬୧୩ ବର୍ଗଫୁଟର ଦୁଇ ମହଲା ବିଶିଷ୍ଟ ଏହି କୋଠାରେ ସମସ୍ତ ପ୍ରକାର ସୁବିଧା ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories