www.samajalive.in
Monday, December 8, 2025
20.1 C
Bhubaneswar

ନିର୍ଦେଶକ ସାଜିଦ ଖାଁଙ୍କ ବିରୋଧରେ ମଡେଲଙ୍କ ‘କାଷ୍ଟିଂ କାଉଚ୍‌’ ଅଭିଯୋଗ

ମୁମ୍ବଇ : ବଲିଉଡରେ ପୁନର୍ବାର ମୁଣ୍ଡ ଟେକିଛି ‘କାଷ୍ଟିଂ କାଉଚ୍‌’ ବିବାଦ। ନିର୍ଦେଶକ ସାଜିଦ ଖାଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମଡେଲ। ମଡେଲଙ୍କ କହିବାନୁଯାୟୀ, ସାଜିଦ ତାଙ୍କୁ ନିଜ ସିନେମା ‘ହାଉସ୍‌ଫୁଲ୍‌-୪’ରେ ଅଭିନୟ ସୁଯୋଗ ଦେବା ପାଇଁ ଆପତ୍ତିଜନକ କାର୍ଯ୍ୟର ପ୍ରଲୋଭନ ଦେଖାଇଥିଲେ। ତାଙ୍କ ସମ୍ମୁଖରେ ପୋଷାକ ଖୋଲିବାକୁ କହିବା ସହ ଶରୀରର ସମ୍ବେଦନଶୀଳ ସ୍ଥାନରେ ହସ୍ତଚାଳନା କରିଥିଲେ ବୋଲି ସମ୍ପୃକ୍ତ ମଡେଲ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି।

ସେ ଲେଖିଛନ୍ତି ଯେ ‘ବଲିଉଡରେ ମୋର କେହି ଗଡଫାଦର ନାହାନ୍ତି। ମୋତେ ନିଜ ଗୋଡ଼ରେ ଛିଡ଼ା ହେବା ସହ ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ପ‌େଡ। କିଛି ଲୋକ ଏଥିରୁ ଫାଇଦା ଉଠାଇବା ଉଦ୍ୟମ କରିଛନ୍ତି। ୨୦୧୮ରେ ମୋତେ ୧୭ବର୍ଷ ହୋଇଥିବା ସମୟରେ ସାଜିିଦ ଅସଦାଚରଣ କରିବା ସହ ବିଭିନ୍ନ ଭାବରେ ଯୌନ ନିର୍ଯାତନା ଦେଇଥିଲେ। ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ବାଧୀନତା ନ ଥିବା ସେ ଅନୁଭବ କରୁଛନ୍ତି। ଏଭଳି ଅପରାଧ ପାଇଁ ସାଜିଦଙ୍କୁ ଜେଲ ପଠାଇବା ଦରକାର ବୋଲି ସେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୮ରେ ସାଜିଦଙ୍କ ବିରୋଧରେ ଦୁଇ ଅଭିନେତ୍ରୀ ଓ ଜଣେ ମହିଳା ସାମ୍ବାଦିକ ଏଭଳି ଅଭିଯୋଗ ଆଣିଥିଲେ। ଏଥିପାଇଁ ତାଙ୍କୁ ‘ହାଉସ୍‌ଫୁଲ୍‌-୪’ ଚଳଚ୍ଚିତ୍ର ହରାଇବାକୁ ପଡ଼ିଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories