ନୂଆଦିଲ୍ଲୀ : ଭାରତୀୟ ଘରୋଇ କ୍ରିକେଟର ପ୍ରତିଭାବାନ୍ ଖେଳାଳି ତଥା ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ ନେଇଥିବା ରାଜିନ୍ଦର ଗୋୟଲଙ୍କର ରବିବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗୋୟଲ କିଛି ସମୟ ଅସୁସ୍ଥ ହୋଇ ରବିବାର ଦିନ ରୋହତକରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଭାରତର ଘରୋଇ ପ୍ରତିଭା ଖେଳାଳିମାନଙ୍କ ମଧ୍ୟରେ ଗୋୟଲଙ୍କୁ ଗଣାଯାଇଥିଲା। ସେ ହରିୟାଣା ପାଇଁ ୨୪ ବର୍ଷ କ୍ରିକେଟ୍ କ୍ୟାରିଅରରେ ମୋଟ ୭୫୦ ୱିକେଟ୍ ନେଇଥିଲେ। ସେ ପଞ୍ଜାବ ଏବଂ ଦିଲ୍ଲୀ ପାଇଁ ମଧ୍ୟ ଖେଳିଥିଲେ। ଗୋୟଲ ରଣଜୀ ଟ୍ରଫିରେ ମୋଟ ୬୪୦ଟି ୱିକେଟ୍ ନେଇଥିଲେ।
ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ୍ ନେଇଥିବା ରାଜିନ୍ଦର ଗୋୟଲଙ୍କ ପରଲୋକ
Popular Categories



