www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ମାର୍ଟ ଫୋନ୍ ବିକ୍ରିରେ ନୂଆ ରେକର୍ଡ : ୨ମାସରେ ଭାରତୀୟ କିଣିଛନ୍ତି ୪ କୋଟି ୪୦ ଲକ୍ଷ ଫୋନ୍

ନୂଆଦିଲ୍ଲୀ :  କରୋନା ମହାମାରୀ ଦେଶର କିଛି କ୍ଷେତ୍ରକୁ ଆର୍ଥିକ ଦୁର୍ଗତି ମଧ୍ୟକୁ ଟାଣି ନେଇଥିବାବେଳେ କେତେକ କ୍ଷେତ୍ରରେ ବ୍ୟବସାୟର ନୂତନ ରେକର୍ଡ ସୃଷ୍ଟି ହୋଇଛି। ଏଥିମଧ୍ୟରେ ସ୍ମାର୍ଟଫୋନ୍, ଲାପଟପ୍, ଘରୁ କାମ କରିବାର ଗ୍ୟାଜେଟ ଇତ୍ୟାଦି ବିକ୍ରି ଅନ୍ତର୍ଭୁକ୍ତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ମାର୍ଟଫୋନ୍ କିଣିବା କ୍ଷେତ୍ରରେ ଭାରତୀୟମାନେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ ୪ କୋଟି ୪୦ ଲକ୍ଷ ସ୍ମାର୍ଟ ଫୋନ୍ କ୍ରୟ କରାଯାଇଛି।

ଆଇଡିସି ରିପୋର୍ଟ ଅନୁଯାୟୀ, ୨୦୨୦ର ତୃତୀୟ ତ୍ରୟମାସିକରେ ଭାରତରେ ସ୍ମାର୍ଟଫୋନର ଚାହିଦା ଆଶାଠାରୁ ଅଧିକ ଦେଖାଯାଇଛି । ବାସ୍ତବରେ, କରୋନା ମହାମାରୀ ହେତୁ ଘରୁ ଅନଲାଇନ୍ ଶିକ୍ଷା କାର୍ଯ୍ୟ ଯୋଗୁଁ ଏହି ଗ୍ୟାଜେଟ ଗୁଡିକର ଚାହିଦା ବୃଦ୍ଧି ପାଇଛି | ଅକ୍ଟୋବର ୨୦୨୦ ରେ ଭାରତୀୟମାନେ ୨ କୋଟି  ୧୦ ଲକ୍ଷ ସ୍ମାର୍ଟଫୋନ୍ କିଣିଥିଲେ। ଯେତେବେଳେ କି ଏହା ପୂର୍ବରୁ ସେପ୍ଟେମ୍ବରରେ ୨୦୨୦ରେ ୨ କୋଟି ୩୦ ଲକ୍ଷ ସ୍ମାର୍ଟଫୋନ୍ କିଣିଥିଲେ।

- Advertisement -

କୁହାଯାଉଛି ଯେ ଅନଲାଇନ୍ ଫେଷ୍ଟିଭାଲ୍ ଏବଂ ଅନଳାଇ ସପିଂରେ ସୁବିଧା ହେତୁ ବିକ୍ରି ପରିମାଣ  ବୃଦ୍ଧି ପାଇଛି। ବାସ୍ତବରେ, କରୋନା ମହାମାରୀ ଯୋଗୁଁ ଅନଲାଇନ୍ ଶିକ୍ଷା ଏବଂ ଘରୁ କାମ କରିବା କାରଣରୁ ଏହି ଗ୍ୟାଜେଟଗୁଡିକର ଚାହିଦା ବହୁତ ବୃଦ୍ଧି ପାଇଛି।

ମେଟ୍ରୋରେ ସ୍ମାର୍ଟଫୋନ୍ କ୍ରୟ ରେକର୍ଡ ଭାଙ୍ଗିଛି

ଆଇଡିସି ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ ଏବଂ କୋଲକାତା ମେଟ୍ରୋରେ ମୋଟ ସ୍ମାର୍ଟଫୋନ୍ କ୍ରୟର ସର୍ବାଧିକ ୨୫ ପ୍ରତିଶତ ଥିଲା। ଏହା ପରେ ଜୟପୁର, ଗୁରୁଗାଓଁ, ଚଣ୍ଡିଗଡ଼, ଲକ୍ଷ୍ନୌ, ଭୋପାଳ ଏବଂ କୋଏମ୍ବାଟୁର ଭଳି ସହରରେ ସର୍ବାଧିକ ସ୍ମାର୍ଟଫୋନ୍ ବିକ୍ରି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories