ଅମୃତସର: ବୁଧବାର ମୁସଲମାନଙ୍କ ବଡ଼ ପର୍ବ ଇଦ୍। ତେଣୁ ପଞ୍ଜାବର ଅମୃତସରରେ ଥିବା ଅଟାରୀ-ୱାଘା ସୀମାରେ ଭାରତୀୟ ସେନା ପାକିସ୍ତାନୀ ରେଞ୍ଜରମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଛି। ଏହି ଅବସରରେ ଭାରତୀୟ ସେନା ଏବଂ ପାକ୍ ରେଞ୍ଜର୍ସଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ପାକ୍ ରେଞ୍ଜର୍ସଙ୍କୁ ମିଠା ଦିଆଯାଇ ଶୁଭେଚ୍ଛା ଜଣାଯାଇଥିବାବେଳେ ସେମାନେ ମଧ୍ୟ ମିଠା ଦେଇ ଇଦ୍ ମୁବାରକ୍ କହିଥିଲେ। ବିଶ୍ଵବ୍ୟାପୀ ଇଦ ପାଳନ କରାଯାଉଛି। ଭାରତରେ ବି ବୁଧବାର ସକାଳୁ ବିଭିନ୍ନ ମସଜିଦରେ ଇଦ୍ର ନମାଜ ପାଠ କରାଯାଇଛି। ନମାଜ ପାଠ ପରେ ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଛନ୍ତି।
ଅଟାରୀ-ୱାଘା ସୀମାରେ ପାକ୍ ରେଞ୍ଜର୍ସଙ୍କୁ ମିଠା ଦେଇ ଇଦ୍ ଶୁଭେଚ୍ଛା ଜଣାଇଲା ଭାରତୀୟ ସେନା
Popular Categories



