www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତୀୟ ସେନା ଦିବସ : ସେନାକୁ ସାଲ୍ୟୁଟ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଆଜି ଭାରତୀୟ ସେନା ଦିବସ। ଭାରତୀୟ ସେନାର ବୀରତ୍ବ ଓ ସାହସକୁ ସମ୍ମାନ ଦେବା ପାଇଁ ଏହି ଦିନଟି ସ୍ମରଣୀୟ। ୧୯୪୯ ମସିହାର ଜାନୁଆରୀ ୧୫ ତାରିଖରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଭାବେ କେ.ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ ଥିଲେ । ସେହିଦିନ ଠାରୁ ଜାନୁଆରୀ ୧୫କୁ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।

ଏହି ଅବସରରେ ନୂଆଦିଲ୍ଲୀର କରିଆପ୍ପା ଗ୍ରାଉଣ୍ଡରେ ସ୍ଥଳସେନା ଦିବସରେ ମିଳିତ ପରେଡ ଅନୁଷ୍ଠିତ ହୋଇଯାଇଛି। ଆଜି ବୀର ଯବାନଙ୍କୁ ସାରା ଦେଶ ମନେ ପକାଉଛି। ଭାରତୀୟ ସେନା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି।
ଶାନ୍ତି ପ୍ରତିଷ୍ଠା ଓ ଆତଙ୍କବାଦ ବିରୋଧରେ ଭାରତୀୟ ସେନାର ଲଢ଼େଇ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । ଦେଶରେ ଯେକୌଣସି ପରିସ୍ଥିତି ଆସିଲେ ମଧ୍ୟ ସେନା ସର୍ବଦା ସଜାଗ ରହିଥାଏ । ଭାରତୀୟ ସେନାର ସାହସ, ବୀରତ୍ବ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ । ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥାନ୍ତି। ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅତୁଳନୀୟ ଅବଦାନ ରହିଛି ।

- Advertisement -

ସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମସ୍ତ ଦେଶବାସୀଙ୍କ ତରଫରୁ ଭାରତୀୟ ସେନାକୁ ସାଲ୍ୟୁଟ ଣାଇଛନ୍ତି। ଏକ ଟୁଇଟ୍‌ରେ ଶ୍ରୀ ମୋଦୀ କହିଛନ୍ତି ଯେ ଆମର ସେନା ଶକ୍ତିଶାଳୀ, ସାହସୀ ଏବଂ ସଂକଳ୍ପବଦ୍ଧ ଯାହା ଦେଶକୁ ସର୍ବଦା ଗର୍ବିତ କରିଥାଏ। ଏହି ଅବସରରେ ସେ ସୈନିକ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୪୯ ମସିହାରେ ଭାରତର ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନ୍ସିସ୍ ବର୍ଚଙ୍କ ଠାରୁ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ ଭାବେ କେ.ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories