www.samajalive.in
Tuesday, December 9, 2025
17.1 C
Bhubaneswar

୧୯ଟି ଟେଷ୍ଟମ୍ୟାଚ୍‌ ଖେଳିବ ଭାରତ

ନୂଆଦିଲ୍ଲୀ : ଓଭାଲ୍‌ରେ ୨୦୨୧-୨୩ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଖେଳାଯିବା ପରେ ୨୦୨୩-୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି ୨ ବର୍ଷରେ ଭାରତ ମୋଟ ୧୯ଟି ଟେଷ୍ଟମ୍ୟାଚ୍‌ ଖେଳିବ। ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଖେଳି କ୍ରମାଗତ ୩ୟ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ ଖେଳିବା ପାଇଁ ଅଭିଯାନ ଆରମ୍ଭ କରିବ। ଡମିନିକାରେ ଜୁଲାଇ ୧୨ରୁ ୧୬ ପର୍ଯ୍ୟନ୍ତ ପ୍ରଥମ ଏବଂ ତ୍ରିନିଦାଦ୍‌ରେ ଜୁଲାଇ ୨୦ରୁ ୨୪ ପର୍ଯ୍ୟନ୍ତ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ। ପରେ ଏସିଆ ଓ ଦିନିକିଆ ବିଶ୍ବକପ୍‌ ଖେଳିବା ପ​‌େ​‌ର ପୁଣି ଟେଷ୍ଟ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯାତ୍ରାକରିବ। ସେଠାରେ ୨୦୨୩ ଡିସେମ୍ବର ଓ ୨୦୨୪ ଜାନୁଆରୀରେ ଘରୋଇ ଦଳ ବିପକ୍ଷରେ ଭାରତ ୨ଟି ଟେଷ୍ଟମ୍ୟାଚ୍‌ ଖେଳିବ। ୨୦୨୪ ଜାନୁଆରୀ-ଫେବୃଆରୀରେ ଘରୋଇ ମାଟିରେ ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ସେହିବର୍ଷ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ଭାରତ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ୨୦୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଭାରତ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ୨୦୨୪ ନଭେମ୍ବରରୁ ୨୦୨୫ ଜାନୁଆରୀ ପର୍ଯ୍ୟନ୍ତ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତକରିବ। ଏହି ଗସ୍ତରେ କଙ୍ଗାରୁଦଳ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ସହ ଭାରତର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ପର୍ଯ୍ୟାୟ ସମାପ୍ତ ହେବ। ପ୍ରଥମ ୨ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରେ ଇଂଲଣ୍ଡର ଲର୍ଡସରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories