www.samajalive.in
Monday, December 8, 2025
17.1 C
Bhubaneswar

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଲଜ୍ୟାଜନକ ମନ୍ତବ୍ୟ, ଭାରତ ଦେଲା କଡ଼ା ଜବାବ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ପ୍ରସଙ୍ଗରେ ଲଜ୍ୟାଜନକ ମନ୍ତବ୍ୟ ଦେବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି। ସୋମବାର ଇମ୍ରାନ ଖାନ ଟ୍ୱିଟ୍‍ କରି କାଶ୍ମୀରକୁ ‘ଆଇଓକେ’ ବା ଭାରତ ଅଧିକୃତ କାଶ୍ମୀର ବୋଲି ଦର୍ଶାଇଥିଲେ। ଏହାସହ ଭାରତ ନିର୍ଦୋଷ କାଶ୍ମୀର ଲୋକଙ୍କୁ ହତ୍ୟା କରୁଛି ବୋଲି କହିଥିଲେ। ଏହାପରେ ଭାରତ ପକ୍ଷରୁ କଡ଼ା ଜବାବ ଦିଆଯାଇଛି। ଭାରତ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ ପାକିସ୍ତାନ କାଶ୍ମୀରବାସୀଙ୍କ ଭଲ ଚାହୁଁଥିଲେ ପ୍ରଥମେ ନିଜ ଭୂମିରୁ ଆତଙ୍କବାଦୀଙ୍କୁ ନାଶ କରୁ।
ଉଲ୍ଲେଖ ଯେ ରବିବାର କାଶ୍ମୀର କୁଲଗାମଠାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର କିଛି ସମୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଉପରୋକ୍ତ ଟ୍ୱିଟ୍‍ କରିଥିଲେ। ଭାରତ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ। ଭାରତର ଆଭ୍ୟନ୍ତରୀଣ ମାମଲା ଉପରେ ମନ୍ତବ୍ୟ ଦେବା ବଦଳରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଜ ଦେଶର ମାମଲା ପ୍ରତି ଧ୍ୟାନ ଦେବା ଆବଶ୍ୟକ। ପାକିସ୍ତାନ ଯଦି କାଶ୍ମୀରବାସୀଙ୍କ ଭଲ ଚାହୁଁଛି ତେବେ ନିଜ ଦେଶରେ ଅବାଧରେ ବୁଲୁଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ। ପାକିସ୍ତାନ ଭାରତ ସମେତ ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକରେ ଆତଙ୍କବାଦ ପ୍ରସାର କରୁଛି। ପାକିସ୍ତାନର ଏହି ମୁଖା ସାରା ବିଶ୍ୱ ଜାଣିଛି। ତେଣୁ ପାକିସ୍ତାନକୁ ମିଳିତ ଜାତିସଂଘର ଏଫଟିଏଫ ଧୁସର ବା ଗ୍ରେ ତାଲିକା ଭୁକ୍ତ କରିଛି।
ଇମ୍ରାନ ଟ୍ୱିଟ୍‍ କରିଥିଲେ ଯେ ଭାରତ ଅଧିକୃତ କାଶ୍ମୀର ‘ଆଇକେ’ରେ ସେ ନିରୀହ କାଶ୍ମୀରବାସୀଙ୍କ ହତ୍ୟାର କଡ଼ା ନିନ୍ଦା କରୁଛନ୍ତି। କାଶ୍ମୀର ବିବାଦର ସମାଧାନ କେବଳ କଥାବାର୍ତ୍ତା ମାଧ୍ୟମରେ ହୋଇପାରିବ ଓ ତାର ସମୟ ଆସିଯାଇଛି ବୋଲି ଭାରତକୁ ବୁଝିବାକୁ ପଡ଼ିବ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories