www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ :  ଭାରତ ଆଜି ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି। ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‌‌ ଭି.ଆର୍‌‌. ଚୌଧୁରୀ, ସ୍ପେନ୍‌‌ର ସେବିଲ୍‌‌ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଆଜି ଅଂଶ ଗ୍ରହଣ କରିଛନ୍ତି। ଭାରତୀୟ ବିମାନ ବାହିନୀ କହିଛି ଏୟାର ବସ୍ ଦ୍ୱାରା ଆନୁଷ୍ଠାନିକ ଭାବେ ଏହି ବିମାନକୁ ବୁଧବାର ଭାରତୀୟ ବିମାନ ବାହିନୀକୁ ହସ୍ତାନ୍ତର କରାଯାଇଛି।

ଭାରତ ୫୬ଟି ଏୟାର ବସ୍ ସି-୨୯୫ ଏମଡବ୍ଲ୍ୟୁ  ବିମାନ ସ୍ପେନ୍‌‌ ଠାରୁ ସଂଗ୍ରହ କରିବ। ସେଗୁଡ଼ିକ ବିମାନ ବାହିନୀର ଏଭିଆରଓ ସ୍ଥାନରେ ବିମାନ ବାହିନୀରେ ଅନ୍ତର୍ଭୁକ୍ତ ହେବ। ରାଜିନାମା ଅନୁସାରେ ଏୟାର ବସ୍ ପ୍ରଥମେ ୧୬ଟି ବିମାନ ହସ୍ତାନ୍ତର କରିବ। ସେହି ବିମାନ ଗୁଡ଼ିକ ସେବିଲ୍‌‌ ରୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିବ। ଅବଶିଷ୍ଟ ୪୦ଟି ବିମାନକୁ ଟାଟା ଆଡ୍‌‌ଭାନ୍ସଡ୍‌‌ ସିଷ୍ଟମ୍‌‌ ଦ୍ୱାରା ଭାରତରେ ଉତ୍ପାଦନ ଓ ସଂଯୋଗ କରାଯିବ। ଏଥିପାଇଁ ୨ ଦେଶ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories