www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ୱ ନବସୃଜନ ସୂଚୀ: ୫୨ ନମ୍ବର ସ୍ଥାନରେ ଭାରତ, ଆଇଟିରେ ଉତ୍କର୍ଷ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ : ବିଶ୍ୱ ନବସୃଜନ ସୂଚୀ ୨୦୧୯ (ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ-୨୦୧୯)ରେ ୫ଟି ସ୍ଥାନ ଉପରକୁ ଉଠି ଭାରତ ୫୨ ନମ୍ବର ସ୍ଥାନରେ ପହଞ୍ଚିଛି। ୨୦୧୮ରେ ଭାରତ ଏହି ତାଲିକାର ୫୭ ନମ୍ବର ସ୍ଥାନରେ ଥିଲା। ଏଥିରୁ ଭାରତ ନବସୃଜନ କ୍ଷେତ୍ରରେ ଅଗ୍ରଗତି କରିଥିବା ସ୍ପଷ୍ଟ ହୋଇଛି।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଭାରତର ପ୍ରଦର୍ଶନ ବହୁତ ଭଲ ରହିଛି। ରିପୋର୍ଟ ଅନୁସାରେ ଭାରତ ମାଧ୍ୟମିକ ଶିକ୍ଷାରୁ ନେଇ ବିଶ୍ୱବିଦ୍ୟାଳୟସ୍ତରରେ ଶିକ୍ଷାଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମାମଲାରେ ଅଗ୍ରଗତି କରିଛି। ବିଜ୍ଞାନ ଏବଂ ଇଂଜିନିୟରିଂ ଶିକ୍ଷାରେ ଗ୍ରାଜୁଏଟ ପ୍ରସ୍ତୁତ କରିବା ମାମଲାରେ ମହତ୍ୱପୂର୍ଣ୍ଣ ପ୍ରଗତି ଘଟିଛି। ବୈଷୟିକ ଶିକ୍ଷାରେ ବେଙ୍ଗାଲୁରୁ, ମୁମ୍ବଇ ଏବଂ ଦିଲ୍ଲୀ ଶୀର୍ଷରେ ରହିଛନ୍ତି। ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ (ଜିଆଇଆଇ) ତାଲିକାର ପ୍ରଥମ ସ୍ଥାନରେ ରହିଛି ସ୍ୱିଜରଲାଣ୍ଡ। ଏହାପଛକୁ ସ୍ୱିଡେନ, ଆମେରିକା ଏବଂ ନେଦରଲାଣ୍ଡ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛନ୍ତି। ବୁଧବାର ଦିଲ୍ଲୀଠାରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ୱାର୍ଲ୍ଡ ଇଣ୍ଟେଲେକଚୁଆଲ ପ୍ରପର୍ଟି ସଂଗଠନ ପ୍ରମୁଖ ଫ୍ରାନ୍ସିସ ଗ୍ୟାରି ଏହି ରିପୋର୍ଟକୁ ପ୍ରକାଶ କରିଥିଲେ।
ମହାଦେଶ ହିସାବରେ ଉତ୍ତର ଆମେରିକା ନବସୃଜନରେ ପ୍ରଥମ ସ୍ଥାନରେ ରହିଛି। ଉଚ୍ଚ ଆୟବର୍ଗ ମାମଲାରେ ସ୍ୱିଜରଲାଣ୍ଡ ପ୍ରଥମ ଏବଂ ଉଚ୍ଚ-ମଧ୍ୟମ ଆୟ ବର୍ଗ ଶ୍ରେଣୀରେ ଅଭିନବୀକରଣରେ ଚୀନ ପ୍ରଥମ ସ୍ଥାନରେ ରହିଛି। ଦକ୍ଷିଣ-ପୂର୍ବ ଏସିଆରେ ନବସୃଜନରେ ସିଂଗାପୁର ପ୍ରଥମ ସ୍ଥାନରେ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories