www.samajalive.in
Tuesday, December 9, 2025
17.1 C
Bhubaneswar

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ-ଇଂଲଣ୍ଡ

ପୁଣେ: ଭ୍ରମଣକାରୀ ଇଂଲଣ୍ଡ ପ୍ରଥମ ମ୍ୟାଚରେ ପରାଜିତ ପରେ ଦ୍ବିତୀୟ ଦିନିକିଆରେ ଜବରଦସ୍ତ ବିଜୟ ସହ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଘରୋଇ ଭାରତ ଦ୍ବିତୀୟ ଦିନିକିଆରେ ବିଜୟ ସହ ଆଗୁଆ ସିରିଜ୍‌ ଅକ୍ତିଆର କରିବା ଲକ୍ଷ୍ୟ ରଖିଥିଲେ ମଧ୍ୟ ଇଂଲଣ୍ଡ ଖେଳାଳିମାନେ କୌଣସି ସୁଯୋଗ ଦେଇନଥିଲେ। ଉଭୟ ଦଳ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ ୧-୧ ବରାବର ରହିଛି। ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମ ପୁଣେରେ ଖେଳାଯିବ। ଉଭୟ ଦଳ ସିରିଜ୍‌ ବିଜୟ ଲକ୍ଷ୍ୟ ରଖିଛନ୍ତି। ଟେଷ୍ଟ ଓ ଟ୍ବେଣ୍ଟି୨୦ ସିରିଜ୍‌ ଜିତିଥିବା ଭାରତ ଦିନିକିଆକୁ ଜିତି କ୍ଲିନ ସୁଇପ୍‌ ଲକ୍ଷ୍ୟ ରଖିଥିବାବେଳେ ଭ୍ରମଣକାରୀ ଦିନିକିଆ ସିରିଜ୍‌ ବିଜୟ ହାସଲ କରି ସମ୍ମାନର ସହିତ ଗସ୍ତ ଶେଷ କରିବା ଲକ୍ଷ୍ୟ ରଖିଛି।

ପ୍ରଥମ ଦିନିକିଆରେ ବଡ ସ୍କୋର କରିଥିବା ଭାରତକୁ ଇଂଲଣ୍ଡ ମଧ୍ୟ କଡା ଟକ୍କର ଦେଇଥିଲା। ଭାରତ ୬୬ରନରେ ବିଜୟ ହାସଲ କରିଥିଲେ ମଧ୍ୟ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ ମାନେ ନାକେଦମ୍‌ କରିଥିଲେ। ଦ୍ବିତୀୟ ଦିନିକିଆରେ ଭାରତ ମଧ୍ୟ ୩୩୬ରନ ସ୍କୋର ଅତିକ୍ରମ କରିଥିବାବେଳେ ଇଂଲଣ୍ଡ ଏହାକୁ ସହଜରେ ହାସଲ କରିନେଇଥିଲା। ସିରିଜ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନମାନେ ଭଲ ପ୍ରଦର୍ଶନ କରିଥିବାବେଳେ ବୋଲରମାନେ ନିରାଶ କରିଛନ୍ତି। ଓପନର ଶିଖର ଧାୱନ ଗୋଟିଏ ଶତକ, ଅଧିନାୟକ ବିରାଟ କୋହଲି ଦୁଇଟି ଅର୍ଦ୍ଧଶତକ ସହ ୫୬ ଓ ୬୬ରନ କରିଛନ୍ତି। ଲୋକେଶ ରାହୁଲ ୬୨ ଓ ୧୦୮, ଋଷଭ ପନ୍ତ ଦ୍ବିତୀୟ ଦିନିକିଆରେ ୭୭ରନ କରିଥିଲେ। ବୋଲିଂରେ ଭୁବନେଶ୍ବର କୁମାର ୪ଟି, ପ୍ରସିଦ୍ଧ କ୍ରିଷ୍ଣା ୬ଟି, କ୍ରୁନାଲ ପାଣ୍ଡ୍ୟା ଗୋଟିଏ, କୁଲଦୀପ୍‌ ଯାଦବ କୌଣସି ୱିକେଟ ନେଇନଥିବାବେଳେ ସାର୍ଦୁଳ ଠାକୁର ୩ଟି ୱିକେଟ ନେଇଛନ୍ତି। ସବୁଠାରୁ ଚିନ୍ତାର ବିଷୟ ହେଉଛି ଭାରତୀୟ ସ୍ପିନରମାନଙ୍କ ବୋଲିଂକୁ ନେଇ। ଦୁଇ ସ୍ପିନର କ୍ରୁନାଲ ଓ କୁଲଦୀପ୍‌ ଦୁଇଟି ମ୍ୟାଚରୁ ମାତ୍ର ଗୋଟିଏ ୱିକେଟ ନେଇଛନ୍ତି। କୁଲଦୀପ୍‌ ଦୁଇଟି ମ୍ୟାଚରେ ୨୦ ଓଭର ବୋଲିଂ କରି ୧୫୨ରନ ବ୍ୟୟ କରିଥିବାବେଳେ କୌଣସି ୱିକେଟ ନେଇନାହାନ୍ତି।

- Advertisement -

ଅନ୍ତିମ ଦିନିକିଆରେ କୁଳଦୀପ୍‌ଙ୍କ ସ୍ଥାନରେ ଯୁଜୁବେନ୍ଦ୍ର ଚହଲ ଖେଳିବା ନିଶ୍ଚିତ ଲାଗୁଛି। ଅନ୍ୟପକ୍ଷରେ ସାର୍ଦୁଳ ଠାକୁରଙ୍କ ସ୍ଥାନରେ ଟି. ନଟରାଜନଙ୍କୁ ଭାରତ ଖେଳାଇପାରେ। ବ୍ୟାଟିଂ ବିଭାଗରେ ଭାରତ ସେଭଳି କିଛି ପରିବର୍ତ୍ତନ କରିବା ଭଳି ଲାଗୁନାହିଁ। ଇଂଲଣ୍ଡ ଦୁଇ ବ୍ୟାଟ୍‌ସମ୍ୟାନ ଜନି ବେୟାରଷ୍ଟୋ ଓ ବେନ୍‌ ଷ୍ଟୋକ୍‌ସ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛନ୍ତି। ବେୟାରଷ୍ଟୋ ୨ଟି ମ୍ୟାଚରୁ ୯୪ ଓ ୧୨୪ରନ, ଜାସନ ରୟ ୪୬ ଓ ୫୫ରନ କରିଛନ୍ତି। ଷ୍ଟୋକସ୍‌ ଦ୍ବିତୀୟ ଦିନିକିଆରେ ୫୨ଟି ବଲରୁ ୯୯ରନ କରି ଭାରତୀୟ ବୋଲରଙ୍କ ନିଦ ହଜାଇ ଦେଇଥିଲେ। ବେୟାରଷ୍ଟୋ, ଷ୍ଟୋକ୍‌ସ ଓ ଜାସନ ରୟଙ୍କୁ ରୋକିବା ଭାରତ ପାଇଁ ବଡ ଆହ୍ବାନ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories