www.samajalive.in
Monday, December 8, 2025
13.1 C
Bhubaneswar

୩୪,୪୫୭ ନୂଆ ସଂକ୍ରମିତ : ଦୈନିକ ସଂକ୍ରମଣ ହାର ୨.୦୦%

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ  ୩୪,୪୫୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର 2୮୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୭୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ବୃଦ୍ଧି ପାଇଛି।

ସେହିପରି ଦିନକରେ ଆଉ ୩୬,୩୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହ ମୋଟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ରେ ପହଞ୍ଚିଛି । ଦେଶରେ କୋରୋନା ଆରୋଗ୍ୟ ହାର ମଧ୍ୟ ୯୭.୫୪% କୁ ବୃଦ୍ଧି ପାଇଛି । ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା  ୩ ଲକ୍ଷ ୬୧ ହଜାର ୩୪୦ ରହିଛି । ଯାହାକି ଦୀର୍ଘ ୧୫୧ ଦିନ ମଧ୍ୟରେ ସର୍ବନିମ୍ନ।

- Advertisement -

ଦେଶରେ ଦୈନିକ ସଂକ୍ରମଣ ହାର ୨.୦୦ % ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୯୮% ରହିଛି। ଦେଶରେ ମୋଟ ୫୦.୪୫ କୋଟି ନମୁନା ପରୀକ୍ଷା କରାଯାଇଛି ଏବଂ ଏହି ସମୟ ମଧ୍ୟରେ ୫୭.୬୧ କୋଟି ପାନ ଟିକା ଦିଆଯାଇଛି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories