www.samajalive.in
Sunday, December 7, 2025
13.1 C
Bhubaneswar

ଭାରତ ଜନ୍ମିତ ଭେଙ୍କଟ ବାର୍କଲେଜର ବିଶ୍ୱ ସିଇଓ; ପାଇବେ ୩.୬୯ ନିୟୁତ ଡଲାର ମୂଳ ବେତନ ସହିତ ଆର୍ଥିକ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ

ନୂଆଦିଲ୍ଲୀ: ବ୍ରିଟିଶ ବ୍ୟାଙ୍କ ବାର୍କଲେଜର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେସ ଷ୍ଟାଲେଙ୍କୀ ଜଣେ ଯୌନ ଉତ୍ପୀଡନକାରୀ ଜେଫ୍ରି ଏପଷ୍ଟେଇନଙ୍କ ସହିତ ସଂପର୍କ ରଖିଥିବା ଅଭିଯୋଗରେ ନିଜ ପଦବୀରୁ ଓହରି ଯିବା ପରେ ଭାରତ ଜନ୍ମିତ ସି ଏସ ଭେଙ୍କଟକ୍ରିଷ୍ଣନ ଅଥବା ‘ଭେଙ୍କଟ’ଙ୍କୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ପଦରେ ନିଯୁକ୍ତି ପ୍ରଦାନ କରାଯାଇଛି । କେବଳ ନିୟାମକ ଅନୁମୋଦନ ପରେ ସେ ଏହି ନୂତନ ଦାୟିତ୍ୱ ଗ୍ରହଣ କରିବେ । ୨୦୨୦ରେ ଭେଙ୍କଟ ବିବିପିଏଲସିର ବିଶ୍ୱ ବଜାର ମୁଖ୍ୟ ତଥା ସହାଧ୍ୟକ୍ଷ ଭାବରେ ନିଯୁକ୍ତ ହେବା ପୂର୍ବରୁ ବାର୍କଲେଜରେ ମୁଖ୍ୟ ରିସ୍କ ଅଫିସର ଭାବରେ କାର୍ଯ୍ୟ କରୁଥିଲେ । ୨୦୧୬ରେ ସେ ବାର୍କଲେଜରେ ଯୋଗଦେବା ପୂର୍ବରୁ ୧୯୯୪ରୁ ଜେପି ମୋର୍ଗାନ ଚେଜରେ କାର୍ଯ୍ୟ କରୁଥିଲେ । ସେଠାରେ ସେ ସମ୍ପତ୍ତି ପରିଚାଳନା ବିଭାଗରରେ ବରିଷ୍ଠ ପଦବୀାରେ କାର୍ଯ୍ୟ କରିବା ସହିତ ମୁଖ୍ୟ ନିବେଶ ଅଧିକାରୀ ଏବଂ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଏବଂ ରିସ୍କ ଆଦି କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ମାସାଚୁସେଟସ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜିରୁ ସ୍ନାତକ ଏବଂ ପିଚଡି ଡିଗ୍ରୀ ହାସଲ କରିଛନ୍ତି । ଭେଙ୍କଟ ତାଙ୍କର ନୂତନ ନିଯୁକ୍ତି ନିମନ୍ତେ ୨.୭ ପାଉଣ୍ଡ ଅଥବା ୩.୬୯ ନିୟୁତ ଡଲାର ବେତନ ପାଇବେ । ସେଥିମଧ୍ୟରୁ ଅର୍ଦ୍ଧେକ ନଗଦ ଅର୍ଥ ଆକାରରେ ଏବଂ ଅବଶିଷ୍ଟ ବ୍ୟାଙ୍କର ଅଂଶ ଆକାରରେ ତାଙ୍କୁ ପ୍ରଦାନ କରାଯିବ । ଏହା ତାଙ୍କର ମୂଳ ଦରମା ହୋଇଥିବାବେଳେ ବାର୍ଷିକ ଭିତ୍ତିରେ ସେ ମଧ୍ୟ ମୂଳ ଦରମାର ୯୩% ପର୍ଯ୍ୟନ୍ତ ମୂଲ୍ୟର ପ୍ରୋତ୍ସାହନ ରାଶି ଇଛାଧୀନ ବ୍ୟବସ୍ଥାରୁ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରନ୍ତି । ଏ ସମ୍ପର୍କରେ ବାର୍କଲେଜର ନିଦେ୍ର୍ଦଶକ ମଣ୍ଡଳୀଙ୍କର ବେତନ ନୀତି ମୁତାବକ ନିର୍ଦ୍ଧାରଣ କରାଯାଇ ଅଂଶୀଦାରମାନଙ୍କ ଦ୍ୱାରା ଅନୁମୋଦନ ଲାଭ କଲେ ଉକ୍ତ ଅର୍ଥ ଭେଙ୍କଟ ପାଇପାରିବେ । ଏଥିସହିତ ତାଙ୍କୁ ବାର୍କଲେଜ ପକ୍ଷରୁ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories