www.samajalive.in
Monday, December 8, 2025
20.1 C
Bhubaneswar

ଭାରତର ଆଉ ଏକ କୂଟନୈତିକ ବିଜୟ; ପିଓକେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରଦ୍ଦ କଲା ଫ୍ରାନ୍ସ

ପ୍ୟାରିସ୍‌: ଫ୍ରାନ୍ସରେ ଭାରତକୁ ଆଉ ଏକ କୂଟନୈତିକ ବିଜୟ ମିଳିଛି। ଫ୍ରାନ୍ସର ନିମ୍ନ ସଦନରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ରାଷ୍ଟ୍ରପତି ମସୁଦ ଖାନଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଇବାରେ ଭାରତ ସଫଳ ହୋଇଛି। ମସୁଦ ଖାନ ଫ୍ରାନ୍ସ ନିମ୍ନ ସଦନରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ତାଙ୍କ କାର୍ଯ୍ୟକ୍ରମ ରଦ୍ଦ କରିବାକୁ ଭାରତୀୟ ରାଷ୍ଟ୍ରଦୂତ ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଥିଲେ। ଏହା ପରେ ପିଓକେର ରାଷ୍ଟ୍ରପତିଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ନ ଦେବା ଲାଗି ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପିଓକେ ରାଷ୍ଟ୍ରପତିଙ୍କୁ କୁହାଯାଇଥିବା ସୂଚନା ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories