www.samajalive.in
Monday, December 8, 2025
17.1 C
Bhubaneswar

ବିହାର ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ: ନିତିଶ

ପାଟନା: ବିହାରରେ ବନ୍ୟା ଯୋଗୁ ସପ୍ତାହକ ମଧ୍ୟରେ ୬୬ ଜଣଙ୍କ ମୃତ୍ୟୁ ଘଟିଲାଣି। ରାଜ୍ୟ ସରକାର ବନ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରିବାରେ ବିଫଳ ହୋଇଥିବାବେଳେ ଉଦ୍ଭଟ କାରଣ ଦର୍ଶାଇ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି। କାରଣ ବନ୍ୟା ପାଇଁ ଜଳବାୟୁ ପରିବର୍ତ୍ତନକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦାୟୀ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି ପାଟନାରେ ଏକ କାର୍ଯ୍ୟକ୍ରମରେ ନିତିଶ କହିଛନ୍ତି।

ଗତ ଜୁଲାଇରେ ରାଜ୍ୟର ୧୨ରୁ ୧୩ଟି ଜିଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା। ଗଙ୍ଗା ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରୁ ଲକ୍ଷାଧିକ ଲୋକ ବନ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିଲେ। ବର୍ତ୍ତମାନ ହଠାତ୍‌ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷ କରି ରାଜଧାନୀ ପାଟନା ଜଳବନ୍ଦୀ ହୋଇପଡ଼ିବା ସହିତ ଲକ୍ଷ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ରାଜ୍ୟ ସରକାର ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଇ ନ ଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଅଭିଯୋଗ କରିବା ସହିତ ନିତିଶଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ନିତିଶ କହିଛନ୍ତି, ସରକାରଙ୍କ ସମ୍ବେଦନହୀନ ମନୋବୃତ୍ତି ଯୋଗୁ ପାଟନା ଜଳବନ୍ଦୀ ହୋଇଛି। ପ୍ରଶାସନକୁ ରିଲିଫ ନାଁରେ ହରିଲୁଟ୍‌ କରିବା ଲାଗି ବନ୍ୟା ଏକ ସୁଯୋଗ ଆଣିଦେଇଛି। ରାଜ୍ୟ ସରକାରଙ୍କ ତ୍ରୁଟି ଯୋଗୁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସେ କହିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories