www.samajalive.in
Saturday, December 6, 2025
26.1 C
Bhubaneswar

ସେମିଫାଇନାଲ ଲକ୍ଷ୍ୟରେ ରୋହିତ ସେନା, ଭାରତ-ବାଂଲାଦେଶ ସୁପର-୮ ମ୍ୟାଚ ଆଜି

ଆଣ୍ଟିଗୁଆ (ୱେଷ୍ଟଇଣ୍ଡିଜ୍‌) : ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଚାଲିଥିବା ଟି୨୦ ବିଶ୍ବକପ-୨୦୨୪ ସୁପର-୮ ଗ୍ରୁପ-ଏ ର ଶନିବାର ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡସ ଷ୍ଟାଡ଼ିୟମରେ ଖେଳାଯିବ। ଉକ୍ତ ମ୍ୟାଚ ଭାରତ ଅପେକ୍ଷା ବାଂଲାଦେଶ ପାଇଁ କର ବା ମର ସଦୃଶ ହୋଇଛି। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲକୁ ଉନ୍ନୀତ ହେବାର ଲକ୍ଷ୍ୟ ରଖିଥିବାବେଳେ ବାଂଲାଦେଶ ପ୍ରତ୍ୟାବର୍ତ୍ତନ ​‌େ​‌ନଇ ଉଦ୍ୟମ କରିବ।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତ ସୁପର-୮ ର ପ୍ରଥମ ମ୍ୟାଚରେ ଆଫଗାନିସ୍ତାନକୁ ୪୭ରନରେ ପରାସ୍ତ କରିଥିଲା। ବ୍ୟାଟିଂ ଓ ବୋଲିଂରେ ଭାରତ ଚମତ୍କାର ପ୍ରଦର୍ଶନ କରି ଏହି ବିଜୟ ହାସଲ କରିଥିଲା। ଓପନିଂରେ ରୋହିତ ଶର୍ମା ଓ ବିରାଟ କୋହଲି ପୁଣି ବିଫଳ ହୋଇଥିଲେ। ବିରାଟ କିଛି ସମୟ କ୍ରିଜରେ ତିଷ୍ଠି ରହିବା ସହ ୨୪ରନ କରିଥିଲେ ମଧ୍ୟ ବଡ଼ ଇନିଂସ ଖେଳିପାରିନଥିଲେ। ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ଦଳର ବ୍ୟାଟିଂ ସ୍ଥିିତିକୁ ସମ୍ଭାଳିଥିଲେ। ସୂର୍ଯ୍ୟକୁମାର ୫୩ ଓ ପାଣ୍ଡ୍ୟା ୩୨ରନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ୍‌ ୩ ନମ୍ବର ସ୍ଥାନରେ ରନ କରିଥିବାବେଳେ ଶିଭମ ଦୁବେ ପୁଣି ଥରେ ବିଫଳ ହୋଇଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତ ଦୁବେଙ୍କ ସ୍ଥାନରେ ସଞ୍ଜୁ ସାମସନ କିମ୍ବା ଯଶସ୍ବୀ ଜୟସୱାଲଙ୍କୁ ଖେଳାଇବା ନେଇ ଆଶା କରାଯାଉଛି। ବିରାଟ ଓପନିଂରେ ନିୟମିତ ଭାବେ ବିଫଳ ହେଉଥିବାରୁ ୩ ନମ୍ବର ସ୍ଥାନକୁ ଫେରି ଆସିବା ନେଇ ମଧ୍ୟ ସମ୍ଭାବନା ରହିଛି। ଯଶସ୍ବୀ ଖେଳିଲେ ବିରାଟ ୩ ନମ୍ବର ଓ ପନ୍ତ୍‌ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ଆଶା କରାଯାଉଛି। ଅନ୍ୟପକ୍ଷରେ ବୋଲିଂରେ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ୍‌ ସିଂହ ଯୋଡ଼ି ଭଲ ପ୍ରଦର୍ଶନ କରୁଥିବାବେଳେ ହାର୍ଦିକ ପାଣ୍ଡ୍ୟା ମଧ୍ୟ ସହାୟତା ଦେଉଛନ୍ତି। ବୁମରା ଓ ଅର୍ଶଦୀପ୍‌ ପ୍ରାରମ୍ଭରୁ ୱିକେଟ ନେଇ ବିପକ୍ଷ ଦଳକୁ ଚାପ ପକାଇବାରେ ସଫଳ ହେଉଛନ୍ତି। ସ୍ପିନ ବୋଲିଂ ବିଭାଗରେ ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜାଙ୍କ ସହ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା କୁଳଦୀପ୍‌ ଯାଦବ ରହିଛନ୍ତି।

- Advertisement -

କୁଳଦୀପ ଆଫଗାନିସ୍ତାନ ବିପକ୍ଷରେ ୨ଟି ୱିକେଟ ନେଇଥିଲେ। ବାଂଲାଦେଶ ବିପକ୍ଷରେ ଦଳ ବୋଲିଂରେ କୌଣସି ପରିବର୍ତ୍ତନ କରିବା ନେଇ ଆଶା କରାଯାଉନାହିଁ। ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ସନ୍ତୁଳିତ ରହିଥିବାରୁ ବାଂଲାଦେଶକୁ ହରାଇ ସେମିରେ ପହଞ୍ଚିବା ନେଇ ଦୃଢ ଆଶାବାଦୀ ରହିଛି। ସେହିପରି ବାଂଲାଦେଶ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଡକ୍‌ୱ୍‌ଥ ଲୁଇସ୍‌ ନିୟମ ଆଧାରରେ ୨୮ରନରେ ପରାଜିତ ହୋଇଥିଲା। ଦଳକୁ ସେମିଫାଇନାଲ ଦୌଡ଼ରେ ତିଷ୍ଠି ରହିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚକୁ ନିଶ୍ଚିତ ଜିତିବାକୁ ପଡ଼ିବ। ଅଷ୍ଟ୍ରେଲିଆ ବିପକ୍ଷରେ ଦଳ ବ୍ୟାଟିଂ ବିଫଳତା ପାଇଁ ପରାଜିତ ହୋଇଥିଲା।

ଅଧିନାୟକ ନଜମୋଲ ହୋସେନ ସାଣ୍ଟୋଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ସଫଳ ହୋଇନଥିଲେ। ସାକିବ୍‌ ଅଲ୍‌ ହାସନ, ମହମ୍ମଦୁଲ୍ଲା, ତାନଜିଦ ହାସନ, ଲିଟନ ଦାସ ପ୍ରମୁଖ ରନ କରିବା ନେଇ ସଂଘର୍ଷ କରୁଛନ୍ତି। ଦଳକୁ ବ୍ୟାଟିଂ ବିଫଳତାକୁ ସୁଧାରିବାକୁ ପଡ଼ିବ। ବୋଲିଂରେ ମେହେଦି ହାସନ, ତାନଜିମ ହାସନ ସାକିବ, ତସ୍କିନ ଅହମ୍ମଦ ଓ ମୁସ୍ତାଫିଜ୍ୟୁର ରହେମାନ ରହିଛନ୍ତି। ଭାରତ ବିପକ୍ଷରେ ଦଳକୁ ବିଜୟୀ ହେବାକୁ ହେଲେ ବୋଲିଂ ଓ ବ୍ୟାଟିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ​‌େ​‌ଶଷ ୫ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ୪ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories