www.samajalive.in
Sunday, December 7, 2025
13.1 C
Bhubaneswar

ଭାରତର ଅଷ୍ଟ୍ରେଲିଆ ଗସ୍ତ ଖେଳସୂଚୀ ଘୋଷିତ

ସିଡନୀ: ଆସନ୍ତା ନଭେମ୍ବର ୩ୟ ସପ୍ତାହରୁ ଆସନ୍ତାବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏହି ଗସ୍ତରେ ଘରୋଇ କଙ୍ଗାରୁଦଳ ବିପକ୍ଷରେ ଭାରତ ୩ଟି ଟ୍ବେଣ୍ଟି୨୦, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ମ୍ୟାଚ୍‌ ଖେଳିବ। ଏହି ୩ଟିଯାକ ସିରିଜ୍‌ର ଖେଳସୂଚୀ କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ତେବେ ବିସିସିଆଇ ଏହି ଖେଳସୂଚୀକୁ ଅଦ୍ୟାବଧି ଅନୁମୋଦନ ଦେଇନାହିଁ। ତେବେ ଯାହା ଆଶା କରାଯାଉଛି; ଘୋଷିତ ଖେଳସୂଚୀକୁ ନେଇ ଭାରତ ଅରାଜି ହେବାର କୌଣସି କାରଣ ନାହିଁ।

ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ନେଇ କୌଣସି ଦ୍ବନ୍ଦ୍ବ ନ ଥିଲା। ତେବେ ସୀମିତ ଓଭର ସିରିଜ୍‌ର ସ୍ଥାନ ଓ ତାରିଖ ସ୍ପଷ୍ଟ ହୋଇନଥିଲା। ତେବେ ଗୁରୁବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ସମ୍ପୂର୍ଣ୍ଣ ଗସ୍ତର ଖେଳସୂଚୀ ଘୋଷଣା ପରେ ସବୁକିଛି ଦ୍ବନ୍ଦ୍ବ ଦୂର ହୋଇପାରିଛି। ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ ସିଡନୀ ଓ କାନବେରାରେ ଖେଳାଯିବା ନେଇ ରାସ୍ତା ପରିଷ୍କାର ହୋଇଛି। ସିଡନୀରେ ଭାରତୀୟ ଦଳ ସଙ୍ଗରୋଧରେ ରହିବା ସମୟରେ ଅଭ୍ୟାସ କରିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି ନ୍ୟୁ ସାଉଥ୍‌ ୱେଲ୍‌ସ ସରକାର। ନଭେମ୍ବର ୨୭ରୁ ସିଡ୍‌ନୀରେ ପ୍ରଥମ ଦିନିକିଆ ମ୍ୟାଚ୍ ସହ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭହେବ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ପ୍ରଥମ ଟେଷ୍ଟମ୍ୟାଚ୍ ଖେଳାଯିବ। ଡି​‌େ​‌ସମ୍ବର ୪ରୁ କାନ୍‌ବେରାରେ ଟ୍ବେଣ୍ଟି୨୦ ସିରିଜ୍ ଆରମ୍ଭହେବ। ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ନ୍ୟୁ ସାଉଥ ୱେଲ୍‌ସ ସରକାର ଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ ଆଇପିଏଲ୍‌ ଖେଳି ଅଷ୍ଟ୍ରେଲିଆ ଯିବାକୁ ଥିବା ଭାରତୀୟ କ୍ରିକେଟର୍‌ ଓ ଅଷ୍ଟ୍ରେଲିଆ କ୍ରିକେଟର୍‌ ସିଡ଼ନୀରେ ୧୪ ଦିନ ସଙ୍ଗରୋଧରେ ରହିବା ସମୟରେ ଅଭ୍ୟାସ କରିବାକୁ ସୁଯୋଗ ଦିଆଯିବ। ସୂଚନାଯୋଗ୍ୟ; ବିରାଟ କୋହଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ବ୍ରିସବେନ୍‌ରେ ପହଞ୍ଚି ସେଠାରେ ସଙ୍ଗରୋଧରେ ରହିବା ସହ ଅଭ୍ୟାସ କରିବାକୁ ଆଶା ରଖିଥିଲା। ତେବେ କ୍ବିନ୍‌ସଲାଣ୍ଡ ସରକାର ସଙ୍ଗରୋଧ ନିୟମରେ କୌଣସି କୋହଳ କରିବାକୁ ମନାକରିବା ସହ ୧୪ ଦିନ ପର୍ଯ୍ୟନ୍ତ କ୍ରିକେଟର୍‌ ସଙ୍ଗରୋଧରେ ରହିବେ ଏବଂ ଅଭ୍ୟାସ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ।

- Advertisement -

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ୨ଟି ଦିନିକିଆ ମ୍ୟାଚ୍‌ ନଭେମ୍ବର ୨୭ ଓ ୨୯ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ୩ୟ ଦିନିକିଆ ମ୍ୟାଚ୍‌ କାନ୍‌ବେରାରେ ଆୟୋଜିତ ହେବ। ପରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ କାନବେରାରେ ଖେଳାଯିବାକୁ ଥିବା ବେଳେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ସିଡନୀରେ ଖେଳାଯିବ। ୪ଟି ଟେଷ୍ଟ ମ୍ୟାଚ୍‌ ଯଥାକ୍ରମେ ଆଡିଲେଡ୍, ମେଲବୋର୍ଣ୍ଣ, ସିଡନୀ ଓ ବ୍ରିସ୍‌ବେନ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories