www.samajalive.in
Sunday, December 7, 2025
13.1 C
Bhubaneswar

ବେନାମୀ ସମ୍ପତ୍ତି ମାମଲା: ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ମାମଲାରେ ଆୟକର ବିଭାଗ ସୋମବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ଵାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବୟାନ ରେକର୍ଡ କରିଛି। ପୂର୍ବଦିଲ୍ଲୀର ସୁଖଦେବ ବିହାରରେ ଥିବା ଭଦ୍ରାଙ୍କ କାର୍ଯ୍ୟାଳୟରେ ଆୟକର ଅଧିକାରୀମାନେ ପହଞ୍ଚି ତାଙ୍କ ବୟାନ ରେକର୍ଡ କରିଥିବା ସୂଚନା ମିଳିଛି।

ଆୟକର ବିଭାଗ ପକ୍ଷରୁ ଭଦ୍ରାଙ୍କ ବୟାନ ରେକର୍ଡ ପାଇଁ ପୂର୍ବରୁ ସମନ୍‌ ଜାରି କରାଯାଇଥିଲା। କିନ୍ତୁ ସେତେବେଳେ ଭଦ୍ରା କରୋନା ମହାମାରୀ ଯୋଗୁ ବୟାନ ରେକର୍ଡ କରାଇ ନ ଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବି ଗତବର୍ଷ ଜୁଲାଇରେ ଭଦ୍ରାଙ୍କ ଘନିଷ୍ଠ ତଥା ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରିଥିଲା।

- Advertisement -

ସୂଚନା ଅନୁସାରେ, ଭଦ୍ରାଙ୍କର ଲଣ୍ଡନରେ ପ୍ରାୟ ୧୨ ନିୟୁତ ପାଉଣ୍ଡ ମୂଲ୍ୟର ବେନାମୀ ସମ୍ପତ୍ତି ରହିଛି। ୨୦୧୮ରେ ଏହି ସମ୍ପତ୍ତିକୁ ନେଇ ମାମଲା ରୁଜୁ ହୋଇଥିଲା। ଇଡି ପକ୍ଷରୁ ପୂର୍ବରୁ ଭଦ୍ରାଙ୍କୁ ଜେରା କରାଯାଇଥିଲା। ରାଜନୈତିକ ପ୍ରତିଦ୍ବନ୍ଦ୍ବିତା ହେତୁ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଥିବା ଭଦ୍ରା କହିଥିଲେ।

୨୦୧୫ ସେପ୍ଟେମ୍ବରରେ ବି ଭଦ୍ରାଙ୍କ ନାମରେ ଆର୍ଥିକ ଅନିୟମିତା ମାମଲା ରୁଜୁ ହୋଇଥିଲା। ଏଥିରେ ଅଭିଯୋଗ କରାଯାଇଥିଲା ଯେ, ଭଦ୍ରାଙ୍କ କମ୍ପାନୀ ସାଏଲାଇଟ ହସ୍ପିଟାଲିଟି ରାଜସ୍ଥାନର ବିକାନେର ଅଞ୍ଚଳରେ ଶସ୍ତାରେ ୬୯.୫୫ ହେକ୍ଟର ଜମି କିଣି ତାହାକୁ ବେଆଇନ କାରବାର ଜରିଆରେ ଏଲେଗ୍‌ନେରୀ ଫିନଲିଜ୍‌କୁ ୫.୧୫ କୋଟି ଟଙ୍କାରେ ବିକ୍ରି କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories