www.samajalive.in
Friday, December 5, 2025
23.1 C
Bhubaneswar

ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ-ଚୀନ୍ ସେନା ମୁହାଁମୁହିଁ : ୪୫ ବର୍ଷ ପରେ ଏଲ୍‌ଏସିରେ ଫୁଟିଲା ଗୁଳି

ଲଦାଖ: ପୂର୍ବ ଲଦାଖ ସେକ୍ଟରର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି)ରେ ଭାରତ-ଚୀନ ସେନାମଧ୍ୟରେ ଗୁଳି ବିନିମୟ ଘଟିଥିବା ସୂଚନା ମିଳିଛି। ପୂର୍ବ ଲଦାଖର ଯେଉଁସ୍ଥାନରେ ଭାରତ ଏବଂ ଚୀନ ସେନାର ତିନିମାସ ଧରି ଷ୍ଟାଣ୍ଡ-ଅଫ୍‌ରେ ନିୟୋଜିତ ଥିଲେ ସେହି ସ୍ଥାନରେ ଗୁଳିବିନିମୟ ହୋଇଥିବା ଜଣାପଡିଛି। ବିଗତ ୪୫ ବର୍ଷରେ ପ୍ରଥମ ଥର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲ୍‌ଏସି)ରେ ଗୁଳି ବିନିମୟ ହୋଇଛି। ବର୍ତ୍ତମାନ ସ୍ଥିତି ନିୟମନ୍ତ୍ରଣାଧିନ ଥିବା ଜଣାପଡିଛି।


ଅନ୍ୟପଟେ ଚୀନ ପ୍ରତିଥର ପରି ଭାରତକୁ ଏହି ଘଟଣା ପାଇଁ ଦୋଷାରୋପ କରିଛି। ଚୀନ୍‌ର ଅଫିସିଆଲ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଭାରତକୁ ଏହି ଘଟଣା ପାଇଁ ଦୋଷ ଦେଇ ଏକ ପୁରୁଣା ଖେଳ ଖେଳିଛି। ଚୀନ୍ ସେନା ଦାବି କରିଛି ଯେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଉଲ୍ଲଂଘନ କରି ଭାରତୀୟ ସେନା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଗୁଳି ଚଳାଇଛନ୍ତି। ଚୀନ୍‌ର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ର ଟ୍ୱିଟର ହ୍ୟାଣ୍ଡେଲ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖପାତ୍ରଙ୍କ ଉଦ୍ଧେଶ୍ୟରେ କହିଛି ଯେ ଶେନପାଓ ପାହାଡରେ ଥିବା ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ନିକଟରେ ସୋମବାର ଦିନ ଭାରତୀୟ ସେନା ପୁଣି ଥରେ ବେଆଇନ ଭାବେ ଉଲ୍ଲଂଘନ କରି ଚେତାବନୀ ଗୁଳି ଚଳାଇଛନ୍ତି। ଯାହା ଫଳରେ ଚୀନ ସେନା ମଧ୍ୟ ଗୁଳି ଚଳାଇଛନ୍ତି।  ତେବେ ଭାରତୀୟ ସେନା କିମ୍ବା ଭାରତ ସରକାରଙ୍କ ପକ୍ଷରୁ ଏହି ଘଟଣା ନେଇ କୌଣସି ବିବୃତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ମଳିନାହିଁ।

- Advertisement -


ତେବେ ସୂତ୍ରରୁ ପ୍ରକାଶ ଯେ ଚୀନ୍ ସେନା ପୁର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଯାହା ଫଳରେ ଭାରତୀୟ ସେନା ପକ୍ଷରୁ ସୀମାର ଅଧିକ ନିକଟକୁ ନଆସିବାକୁ ଚେତାବନୀ ଦିଆଯାଇଥିଲା। ବର୍ତ୍ତମାନ ଭାରତୀୟ ସେନା କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ଏହି ସମ୍ପର୍କରେ ବିବୃତ୍ତିକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ ସୀମାରେ ଉତ୍ତେଜନା ହ୍ରାସ ଉଦ୍ଦେଶ୍ୟରେ ରବିବାର ଦିନ ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ବାହିନୀ ଆଉ ଏକ ରାଉଣ୍ଡ ଆଲୋଚନା ହୋଇଥିଲା। ଚୁସୁଲ ନିକଟରେ ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା କୌଣସି ଠୋସ୍ ଫଳାଫଳ ଦେଇ ନଥିଲା। ତେବେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ୨୯ ଅଗଷ୍ଟ ଏବଂ ୩୦ ଅଗଷ୍ଟରେ ଚୀନ୍‌ର ଅସଫଳ ଉଦ୍ୟମ ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ପାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଭାରତ ଶକ୍ତି ବୃଦ୍ଧି କରିଛି। ଚାଇନାର ଅନୁପ୍ରବେଶ ଉଦ୍ୟମ ପରେ ଭାରତ ଅତିରିକ୍ତ ସୈନ୍ୟ ମୁତୟନ ସହ  ସମ୍ବେଦନଶୀଳ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି। ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନ୍‌ର ଉଦ୍ୟମକୁ ଦୃଷ୍ଟିରେ ରଖି ଭାରତ ଏହି ଅଞ୍ଚଳରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories