www.samajalive.in
Monday, December 8, 2025
20.1 C
Bhubaneswar

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟି୨୦ ମ୍ୟାଚ୍‌

ଧର୍ମଶାଳା: ଭ୍ରମଣକାରୀ ଶ୍ରୀଲଙ୍କା ଓ ଘରୋଇ ଭାରତୀୟ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଶନିବାର ଏଠାରେ ଖେଳାଯିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ସହଜରେ ଜିତି ନେଇଥିବା ଭାରତୀୟ ଦଳ ଶନିବାର ଦ୍ବିତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳା ବିଜୟୀ ହେବାକୁ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦୁର୍ବଳ ଶ୍ରୀଲଙ୍କା ଦଳ ବିପକ୍ଷରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ଭାରତୀୟ ଦଳରେ ବୋଲର ଭାବେ ଭୁବନେଶ୍ବର କୁମାର, ବୁମାର, ହର୍ଷଲ ପଟେଲ୍‌, ୟୁଜବେନ୍ଦ୍ର ଚହଲ୍‌, ଭେଙ୍କଟେଶ ଆୟାର, ରବୀନ୍ଦ୍ର ଜାଡେଜା ଓ ହୁଡା ପ୍ରମୁଖ ରହିଥିବାରୁ ସେମାନଙ୍କୁ ମୁକାବିଲା କରିବାରେ ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍‌ମାନ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏକମାତ୍ର ଆସାଲାଙ୍କାଙ୍କୁ ଛାଡ଼ି ଦେଲେ ଶ୍ରୀଲଙ୍କା ଦଳର ଅନ୍ୟ ବ୍ୟାଟସମ୍ୟାନ୍‌ମାନେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ଶନିବାର ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍‌। ଅନ୍ୟପକ୍ଷରେ ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ଶ୍ରୀଲଙ୍କା ଦଳର ବ୍ୟାଟସମ୍ୟାନ୍‌ଙ୍କୁ ନିଜ ପ୍ରଦର୍ଶନରେ ନିଶ୍ଚିତ ଭାବେ ଉନ୍ନତି ଆଣିବାକୁ ପଡ଼ିବ। ବିଶେଷ କରି ଓପନର୍‌ ନିଶଙ୍କା, ମିଶାରା, ଚାନ୍ଦିମାଲ, ଶନକ ପ୍ରମୁଖଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ। ଏସବୁ ବ୍ୟାଟସମ୍ୟାନ୍‌ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ ଶ୍ରୀଲଙ୍କା ଦଳ ବଡ଼ ସ୍କୋର କରିବାରେ ବିଫଳ ହେବା ନିଶ୍ଚିତ।

- Advertisement -

ଅନ୍ୟପକ୍ଷରେ ଭାରତୀୟ ଦଳର ବ୍ୟାଟିଂକୁ ଦୃଷ୍ଟି ଦେଲେ ଏହା ବେଶ୍‌ ଶକ୍ତିଶାଳୀ ଥିବା ପ୍ରଥମ ମ୍ୟାଚ୍‌ରୁ ଜଣାପଡ଼ିଛି। କହୁଣୀ​ରେ ଆଘାତଜନିତ କାରଣରୁ ପ୍ରଥମ ମ୍ୟାଚ୍‌ରେ ଖେଳିପାରିନଥିଲେ ଓପନର୍‌ ଋତୁରାଜ ଗାଏକ୍ବାଡ୍‌। ଋତୁରାଜଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଈଶାନ କିଷନ ବ୍ୟାଟିଂ ଓପନ୍‌ କରି ପ୍ରଥମ ୱିକେଟ୍‌ ନିମନ୍ତେ ୧୧୧ ରନ୍‌ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ଦଳର ଦୁର୍ବଳ ବୋଲିଂ ଏହି ଦୁଇ ଓପନର୍‌ଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲା। ରୋହିତ ୪୪ ରନ୍‌ କରିଥିବା ବେଳେ କିଷନ୍‌ ୮୯ ରନ୍‌ ସଂଗ୍ରହ କରିଥିଲେ। ଯଦି ଦ୍ବିତୀୟ ମ୍ୟାଚ୍‌ରେ ଋତୁରାଜଙ୍କୁ ସୁଯୋଗ ମିଳେ ତେବେ ତାଙ୍କ ସହ କିଷନ ବ୍ୟାଟିଂ ଓପନ୍‌ କରିବାର ସମ୍ଭାବନା ରହିଛି। ଏପରି ହେଲେ ଅଧିନାୟକ ରୋହିତ ଶର୍ମା ୩ନଂରେ ବ୍ୟାଟିଂ କରିବେ।

ଅନ୍ୟପକ୍ଷରେ ଭାରତୀୟ ବ୍ୟାଟସମ୍ୟାନ୍‌ ଶ୍ରେୟାସ ଆୟାର ପ୍ରଥମ ମ୍ୟାଚ୍‌ରେ ୫୭ ରନ୍‌ ସଂଗ୍ରହ କରିଥିବାରୁ ସେ ଦ୍ବିତୀୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରହିଛି। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂକ୍ରମର ଉପର ସ୍ଥାନରେ ସୁଯୋଗ ମିଳିବ ବୋଲି ରୋହିତ ପୂର୍ବରୁ କହି ସାରିଥିବାରୁ ପ୍ରଥମ ମ୍ୟାଚ୍‌ରେ ଜାଡେଜା ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ସେ ୩ ରନ୍‌ କରି ଅପରାଜିତ ରହିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଅଧିକ ସମୟ ବ୍ୟାଟିଂ କରିବାର ସୁଯୋଗ ପାଇବେ ବୋଲି ଆଶା ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ସଞ୍ଜୁ ସାମସନ୍‌ ବ୍ୟାଟିଂ କରିବାର ସୁଯୋଗ ପାଇନଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ସେ ବ୍ୟାଟିଂ କରିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଶ୍ରୀଲଙ୍କା ଦଳରେ ପ୍ରମୁଖ ସ୍ପିନର ମହେଶ ଥିକ୍‌ସାନା ଓ ୱାନିଡୁ ହସରଙ୍ଗା ନ ଥିବାରୁ ସେମାନଙ୍କ ବୋଲିଂ ଦୁର୍ବଳ ପରିଲକ୍ଷିତ ହେଉଛି। ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହେବାକୁ ହେଲେ ଶ୍ରୀଲଙ୍କା ଦଳକୁ ଉଭୟ ବୋଲିଂ ଓ ବ୍ୟାଟିଂରେ ଉନ୍ନତି ଆଣିବାକୁ ପଡ଼ିବ ଏଥିରେ ସନ୍ଦେହ ନାହିଁ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories