www.samajalive.in
Monday, December 8, 2025
27.1 C
Bhubaneswar

ପଞ୍ଚାୟତ ଭୋଟ୍ ଗଣତି ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି । ୩ ଦିନ ଯାଏ ଅର୍ଥାତ ୨୬, ୨୭ ଓ ୨୮ ତାରିଖ ଯାଏ ଗଣାଯିବ ଭୋଟ୍‍ । ବ୍ଲକ ସ୍ତରରେ ଭୋଟ ଗଣାଯିବା ପରେ ଫଳାଫଳ ପ୍ରକାଶ କରାଯିବ । ଆଜି ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଭୋଟ୍ ଗଣତି ହେଉଛି । ସକାଳ ୮ଟାରୁ ଭୋଟ୍‍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଭୋଟ୍‍ ଗଣତି ଶେଷ ଯାଏ ଚାଲିବ । ସନ୍ଧ୍ୟା ସୁଦ୍ଧା ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଜୋନରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ।

୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନରେ ଗଣତି ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଅର୍ଥାତ ଆସନ୍ତାକାଲି ୩୦୭ ଜିଲ୍ଲା ପରିଷଦ ଜୋନ୍ ଓ ଶେଷ ଦିନ ୨୨୯ଟି ଜୋନ୍ ଗଣତି କରାଯିବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଅନ୍ୟପଟେ ଗଣତି ସରିବା ପରେ ବିଜୟ ପ୍ରାର୍ଥୀ ବିଜୟ ଉତ୍ସବ ପାଳିପାରିବେ ନାହିଁ । କରୋନା କଟକଣା ଯୋଗୁ ବିଜୟ ଉତ୍ସବ ପାଳନ ନକରିବାକୁ କୁହାଯାଇଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories