ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଏକନମ୍ବର ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଜୋନରେ ଚାରୋଟି ଦଳ କଂଗ୍ରେସ, ବିଜେଡି, ବିଜେପି ଓ ବିଏସପିର ଜିଲା ପରିଷଦ ପ୍ରାର୍ଥୀ ରହିଛନ୍ତି । ସେହିପରି ୭ଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରହିଛନ୍ତି ୩୦ ଜଣ ଓ ଗୋଟିଏ ପଞ୍ଚାୟତ ଗୌଡଗୁଡା କୁ ଛାଡ଼ି ଅନ୍ୟ ୬ ଟି ପଞ୍ଚାୟତରେ ରହିଛନ୍ତି ୨୮ ସମିତି ସଭ୍ୟ ପ୍ରାର୍ଥୀ । ସମସ୍ତଙ୍କ ଭାଗ୍ୟ ଭୋଟ ବାକ୍ସ ଭିତରେ ସିଲ୍ ହୋଇ ରହିଥିଲା ବେଳେ ଆଜି ସେମାନଙ୍କ ଭାଗ୍ୟ ଫଳ ଜଣାପଡିବ।
ଏହି ଜୋନରେ ୭ଟି ପଞ୍ଚାୟତରେ ୨୨,୨୭୫ ଭୋଟର ରହିଛନ୍ତି । ଏଥି ମଧ୍ୟମରୁ ସରପଞ୍ଚ ପ୍ରାର୍ଥୀ କାକିରିଗୁମା ପଞ୍ଚାୟତରରେ – ୫, କୁସୁମଗୁଡା- ୪,ଗୌଡଗୁଡା – ୫,ଚମ୍ପି – ୩,ତୟାପୁଟ – ୬,ତୁନପାର – ୪, ପଞ୍ଚଡା – ୩ ପ୍ରାର୍ଥୀ ରହିଛନ୍ତି ।

ସେହିପରି ସମିତି ସଭ୍ୟ ପ୍ରାର୍ଥୀ କାକିରିଗୁମା -୪, କୁସୁମଗୁଡା-୪, ଭିତରଗଡ – ୪, ତୟାପୁଟ – ୯, ତୁନପାର – ୩, ପଞ୍ଚଡା – ୪ଜଣ । ଲକ୍ଷ୍ମୀପୁର ପୂର୍ବ ନିର୍ବାଚନ ଗୁଡ଼ିକରେ ଓ୍ବାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଗୁଡ଼ିକର ଭୋଟ ସରିବା ପରେ ପ୍ରତି ବୁଥ୍ ଅନୁସାରେ ଗଣତି ହେଉଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଭୋଟ ଗୁଡ଼ିକ ବ୍ଲକ କାର୍ୟ୍ୟାଳୟରେ ଗଣତି ହେଉଥିଲା । ତେବେ ଚଳିତ ଥର କୋଭିଡ୍ ପାଇଁ ଏହି ନିୟମରେ ପରିବର୍ତ୍ତନ କରାଯାଇ ସମସ୍ତ ଭୋଟ ଗୁଡ଼ିକ ବ୍ଲକ ସଦର ମହକୁମାରେ ଗଣନା ହେଉଛି ।



