www.samajalive.in
Tuesday, December 9, 2025
16.1 C
Bhubaneswar

ଉନ୍ନାଓ ମାମଲାର ରାୟ ସଂରକ୍ଷିତ ରଖିଲେ କୋର୍ଟ, ୨୦ରେ ଦଣ୍ଡାଦେଶ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉନ୍ନାଓ ବଳାତ୍କାର ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ତୀସ୍‌ ହଜାରୀ କୋର୍ଟରେ ହୋଇଛି। କୋର୍ଟ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୨୦ ତାରିଖରେ କୋର୍ଟ ରାୟ ଶୁଣାଇବା ସହିତ ମାମଲାର ଦୋଷୀ ତଥା ବିଜେପିରୁ ବହିଷ୍କୃତ ବିଧାୟକ କୁଲଦୀପ ସେନେଗରଙ୍କ ବିରୋଧରେ ଦଣ୍ଡାଦେଶ ଦେବେ।

ମଙ୍ଗଳବାର ମାମଲାର ଶୁଣାଣି  ସମୟରେ ସିବିଆଇ ପକ୍ଷରୁ ଦୋଷୀ ସେନେଗାରଙ୍କୁ କଡ଼ା ଦଣ୍ଡାଦେଶ ଦେବାକୁ ଯୁକ୍ତି କରାଯାଇଥିଲା। ସେନେଗାର ପୀଡ଼ିତାଙ୍କୁ ଅପହରଣ କରିବା ଏବଂ ବଳାତ୍କାର କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେଣୁ ତାଙ୍କୁ ଅଧିକରୁ ଅଧିକତମ ଦଣ୍ଡ ଦେବାକୁ ସିବିଆଇ ଦାବି କରିଥିଲା। ଅନ୍ୟପଟେ ସେନେଗାରଙ୍କ ଓକିଲ ତାଙ୍କର ସାମାଜିକ ଜୀବନର ଉଦାହରଣ ଦେଇ କମ୍‌ ଦଣ୍ଡାଦେଶ ଦେବାକୁ ଦାବି କରିଥିଲେ।

- Advertisement -

ସୂଚନାଯୋଗ୍ୟ, କୋର୍ଟ ସେନେଗାରଙ୍କୁ ଧାରା ୩୭୬ ଏବଂ ପୋକ୍‌ସୋ ଆଇନର ଧାରା ୬ ଅଧୀନରେ ଗତ ସୋମବାର ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ବିଧାନ ଉପରେ ଶୁଣାଣି ଲାଗି କୋର୍ଟ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରିଥିଲେ। ମଙ୍ଗଳବାର ଶୁଣାଣି ବେଳେ କୋର୍ଟରେ ସିବିଆଇ ଓକିଲ ଏବଂ ସେନେଗାରଙ୍କ ଓକିଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେଣୁ କୋର୍ଟ ଦଣ୍ଡ ବିଧାନ ଶୁଣାଣି ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories