www.samajalive.in
Monday, December 8, 2025
20.1 C
Bhubaneswar

ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ପକ୍ଷରୁ ଡିଜିଟାଲ ସୁନା ଋଣର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଆର୍ଥିକ ସଂସ୍ଥା ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ପକ୍ଷରୁ ଡିଜିଟାଲ୍‍ ସୁନା ଋଣ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏଥିାଇଁ ଗ୍ରାହକଙ୍କୁ ଶାଖା ପରିଦର୍ଶନ କରିବାକୁ ପଡ଼ିବନି । ଆଇଆଇଏଫ୍‍ଏଲ୍‍ ଫାଇନାନ୍ସର ଗ୍ରାହକମାନେ ସୁବିଧାରେ ସୁନା ଋଣ ଖାତାର ନବୀକରଣ ସୁବିଧା, ବ୍ୟାଙ୍କ ଖାତା ଯୋଡ଼ିବା, ଋଣ ଷ୍ଟେଟ୍‍ମେେଣ୍ଟ ଡାଉନ୍‍ଲୋଡ୍‍ କରିବା, ଇଏମ୍‍ଆଇ ଦେବା ଭଳି ସୁବିଧା ପାଇାରିବେ।

କରୋନା ମହାମାରୀରେ ଲକଡାଉନ୍‍ ଓ ସାମାଜିକ ଦୂରତ୍ୱ କଟକଣା ଲାଗୁ କରାଯାଇଥିବା ବେଳେ ସୁରକ୍ଷିତ ରହିବା ଲାଗି ଲୋକମାନଙ୍କୁ ଘରେ ରହିବାକୁ କୁହଯାଇଛି ।  ତେଣୁ ସୁନା ଋଣ ହାସଲ କରିବା ଲାଗି ଡିଜିଟାଲ୍‍ ସୁନା ଋଣ ବେଶ ଉପୋଗୀ ଏଥିପାଇଁ ଘରୁ ବାହାରକୁ  ଆସିବାକୁ ପଡ଼ିବ ନାହିଁ । ସମ୍ପୂର୍ଣ୍ଣ ଅନଲାଇନ୍‍ ପକ୍ରିୟାରେଏହି କାର୍ଯ୍ୟ ବହୁତ ସୁବିଧାରେ ଓ କିଛି ମିନିଟ୍‍ ଭିତରେ ହେବ।

- Advertisement -

ଏହି ସର୍ମ୍ପକରେ ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ଗୋଲ୍‍ଡ ଲୋନର ବ୍ୟବସାୟ ମୁଖ୍ୟ ସୌରଭ କୁମାର କହିଛନ୍ତି  ଯେ,  “କରୋନା ସଂକ୍ରମଣର ଭୟ ଓ କଟକଣା ଯୋଗୁଁ ଲୋକମାନେ ଘରୁ ବାହାରକୁ ବାହରିବା ଓ ଗ୍ରାହକଙ୍କ ସମସ୍ୟାକୁ ଆମେ  ଭଲ ଭାବେ ବୁଝୁଛୁ । ଜରୁରୀକାଳୀନ ଓ ବ୍ୟବସାୟ ଲାଗି ପାଣ୍ଠିର ଯେଉଁ ଆବଶ୍ୟକତା ରହିଛି ତାହାକୁ ଡିଜିଟାଲ୍‍ ଗୋଲ୍ଡ ଲୋନ୍‍  ପୂରଣ କରିବ ଯେଉଁ ସୁବିଧାକୁ ଗ୍ରାହକମାନେ ଘରେ ବସି ଯେ କୌଣସି ସମୟରେ ପାଇାରିବେ । ଏହି କୋଭିଡ୍‍-୧୯  ଭଳି ସଙ୍କଟ ସମୟରେ ଓ ଏହାର ପରବର୍ତୀ ସମୟରେ ମଧ୍ୟ ଗ୍ରାହକଙ୍କୁ ସାହାଯ୍ୟ କରିବା ଦିଗରେ ଏହା ହେଉଛି ଏକ ବଡ଼  ପଦକ୍ଷେପ ।’’  ନିକଟରେ କ୍ରିକେଟ ଜଗତର ସୁପରଷ୍ଟାର ରୋହିତ ଶର୍ମାଙ୍କୁ ଆଇଆଇଏଫ୍‍ଏଲ୍‍ ଫାଇନାନ୍ସ ନିଜର ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ନିଯୁକ୍ତ କରିଥିଲା । ଆଇଆଇଏଫ୍‍ଏଲ୍‍ ହେଉଛି ଏକ ସଂସ୍ଥା ଯାହା ଲୋକଙ୍କ ଜମା ଗ୍ରହଣ କରେ ନାହିଁ ବରଂ ସମ୍ପତି ଋଣ, ସୁନା ଋଣ, ସିକ୍ୟୁରିଟି ବିରୋଧରେ ଋଣ, ଏସ୍‍ଏମ୍‍ଇ ବ୍ୟବସାୟ ଓ ମାଇକ୍ରୋ ଫାଇନାନ୍ସ ଋଣ ଦେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories