www.samajalive.in
Monday, December 8, 2025
27.1 C
Bhubaneswar

୧୭ରେ ଲଦାଖର ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ରାଜନାଥ

ନୂଆଦିଲ୍ଲୀ :  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ୧୭ ଓ ୧୮ତାରିଖରେ ଜାମ୍ମୁ କାଶ୍ମୀର ଓ ଲଦାଖର ସୀମାନ୍ତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ। ସେନାବାହିନୀ ମୁଖ୍ୟ ଜେନେରାଲ୍‍ ଏମ୍‍.ଏମ୍‍. ନରବଣେ ତାଙ୍କ ସହ ଯିବେ। ଏହି ସମୟରେ ସେମାନେ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତିକୁ ସମୀକ୍ଷା କରିବେ। ସରକାରୀ ସୂତ୍ରରୁ ଜଣାପଡିଛି ଯେ, ଉତ୍ତର ସେନାବାହିନୀ କମାଣ୍ଡରଙ୍କ ସମେତ ପ୍ରତିରକ୍ଷା ବିଭାଗର ବହୁ ବରିଷ୍ଠ ଅଫିସର ଶ୍ରୀ ସିଂହଙ୍କ ସହ ଏହି ଗସ୍ତରେ ଯିବେ।

ଚୀନ୍‍ ଓ ଭାରତୀୟ ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କର ଲଦାଖକୁ ଏହା ପ୍ରଥମ ଗସ୍ତ ହେବ। ଶ୍ରୀ ସିଂହ ଅଟଳ ସୁଡ଼ଙ୍ଗ ପରିଦର୍ଶନ କରିବେ। ପୂର୍ବରୁ ଏହାର ନାମ ରୋହତାଙ୍ଗ୍‍ ସୁଡ଼ଙ୍ଗ ଥିଲା ଓ ପରେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି। ଲେହ-ମନାଲୀ ରାଜପଥରେ ହିମାଳୟର ପୂର୍ବ ପିରପଞ୍ଜଲ ପାର୍ବତ୍ୟମାଳାର ରୋହତାଙ୍ଗ୍‍ ଗିରି ସଂକଟ ତଳେ ଏହି ରାଜପଥ ସୁଡ଼ଙ୍ଗକୁ ନିର୍ମାଣ କରାଯାଉଛି। ଏହାର ଦୈର୍ଘ୍ୟ ୮କିଲୋମିଟର ୮୦୦ ମିଟର ଓ ଏହା ଦେଶର ଦୀର୍ଘତମ ସୁଡ଼ଙ୍ଗ ହେବ। ଏହି ସୁଡ଼ଙ୍ଗ ମନାଲୀ ଓ କେଲଙ୍ଗ ମଧ୍ୟରେ ଦୂରତାକୁ ୪୬ କିଲୋମିଟର ହ୍ରାସ କରିଦେବ।

- Advertisement -

ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିବା ମନାଲୀ-ଲେହ ରାଜପଥକୁ ସେନାବାହିନୀ ଲଦାଖ ଅଞ୍ଚଳର ସୀମାନ୍ତ
ଇଲାକାରେ ମୁତୟନ ହୋଇଥିବା ଯବାନମାନଙ୍କ ପାଇଁ ଅତ୍ୟାବଶ୍ୟକ ପଦାର୍ଥର ପରିବହନ ଲାଗି ବ୍ୟବହାର କରିଥାଏ।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories