www.samajalive.in
Monday, December 8, 2025
20.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତା : ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି ଓ ବୁମ୍‍ରା

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‍ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଯଥାକ୍ରମେ ବ୍ୟାଟିଂ ଓ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି।
ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଦିିନିକିଆ ସିରିଜ୍‍ରେ କ୍ରମାଗତ ୩ଟି ମ୍ୟାଚ୍‍ରେ ଶତକ ମାରିଥିବା କୋହଲିଙ୍କ ରାଙ୍କିଙ୍ଗ୍‍ ପଏଣ୍ଟରେ ବୃଦ୍ଧିଘଟିଛି। ବ୍ୟାଟିଂ ମାନ୍ୟତାରେ କୋହଲି ୮୯୯ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଦଳର ଉପଅଧିନାୟକ ରୋହିତ ଶର୍ମା ୨ନଂରେ ରହିଛନ୍ତି। ରୋହିତ ୮୭୧ ପଏଣ୍ଟ ପାଇଛନ୍ତି। ରୋହିତଙ୍କ ଓପ୍‍ନିଂ ଯୋଡ଼ି ଶିଖର ଧାୱନ ପୂର୍ବପରି ୮ମ ସ୍ଥାନରେ ରହିଛନ୍ତି। ୟୁଏଇରେ ଖେଳା ଯାଇଥିବା ଦିନିକିଆ ସିରିଜ୍‍ରେ ଆୟୋଜକ ପାକିସ୍ତାନ ବିପକ୍ଷରେ ୨ ଚମତ୍କାର ଇନିଂସ ବଳରେ ନ୍ୟୁଜିଲାଣ୍ଡର ରସ୍‍ ଟେଲର ଜୀବନର ଶ୍ରେଷ୍ଠ ମାନ୍ୟତା ୩ରେ ପହଞ୍ଚିଛନ୍ତି। ଏହି କ୍ରମରେ ଟେଲର ଇଂଲଣ୍ଡର ଜୋ ରୁଟ୍‍ ଓ ପାକିସ୍ତାନର ବାବର ଆଜମ୍‍ଙ୍କୁ ପଛରେ ପକାଇ ଦେଇଛନ୍ତି। ରୁଟ୍‍ ୪ର୍ଥ ଓ ଆଜମ୍‍ ୫ମ ସ୍ଥାନରେ ରହିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍‍ରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ୬ଷ୍ଠ ସ୍ଥାନକୁ ଖସି ଆସିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‍ ଡୁ ପ୍ଲେସି ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‍ ୱିଲିୟମ୍‍ସନ ୯ମ ଓ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍‍ ଡି କକ୍‍ ୧୦ମ ସ୍ଥାନରେ ରହିଛନ୍ତି।


ଆଇସିସି ଦିନିକିଆ ବୋଲିଂ ମାନ୍ୟତାରେ ଯଶପ୍ରୀତ ବୁମ୍‍ରା ୮୪୧ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତୀୟ ଚାଇନାମ୍ୟାନ୍‍ ସ୍ପିନର କୁଲଦୀପ ଯାଦବ ୩ୟ ସ୍ଥାନରେ ରହିଛନ୍ତି। ଆଫ୍‍ଗାନିସ୍ତାନର ରସିଦ୍‍ ଖାଁ ୨ୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡ଼ା ୪ର୍ଥ ସ୍ଥାନରେ ରହିଛନ୍ତି। ଇଣ୍ଡିଜ୍‍ ବିପକ୍ଷ ସିରିଜ୍‍ରେ ଭଲ ପ୍ରଦର୍ଶନ ପରେ ଭାରତୀୟ ଲେଗ୍‍ସ୍ପିନର ୟୁଜବେନ୍ଦ୍ର ଚହଲ୍‍ ୩ଟି ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ଆଦିଲ ରସିଦ୍‍ ୬ଷ୍ଠ ଓ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‍ଟ ୭ମ ସ୍ଥାନରେ ରହିଛନ୍ତି। ଆଫଗାନିସ୍ତାନର ରସିଦ୍‍ ଖାନ୍‍ ୩୫୩ ପଏଣ୍ଟ ହାସଲ କରି ଅଲରାଉଣ୍ଡର ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ଇଂଲଣ୍ଡ ୧୨୬ ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଭାରତ ୧୨୧ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛି। ତାଙ୍କ ଦେଶର ମହମ୍ମଦ ନବି ୨ୟ ଓ ବାଂଲାଦେଶର ସାକିବ୍‍ ଅଲ୍‍ ହାସନ୍‍ ୩ୟ ସ୍ଥାନରେ ରହିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories