www.samajalive.in
Thursday, December 11, 2025
27.1 C
Bhubaneswar

ଆଇସିସି ବୋର୍ଡ ବୈଠକ ଆଜି, ଟି୨୦ ବିଶ୍ବକପ୍‌ ନିଷ୍ପତ୍ତି ସମ୍ଭାବନା କ୍ଷୀଣ

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି)ର ଉଚ୍ଚ କ୍ଷମତାସମ୍ପନ୍ନ ବୋର୍ଡର ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଆଭାସୀ ମାଧ୍ୟମରେ ବିଭିନ୍ନ କ୍ରିକେଟ୍‌ ବୋର୍ଡର ପ୍ରତିନିଧି ଏହି ବୈଠକରେ ଯୋଗଦେବେ। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବୈଠକରେ ଯୋଗଦେବାର ଥିଲେ ହେଁ ସେ ମଧ୍ୟ ଆଭାସୀ ମାଧ୍ୟମରେ ଏଥିରେ ସାମିଲହୋଇ ବୁଧବାର ଆଇପିଏଲ୍‌ ଆୟୋଜନ ତଦାରଖ କରିବା ପାଇଁ ଦୁବାଇ ଯିବେ। ୩ ଦିନ ତଳେ ବିସିସିଆଇର ଏସ୍‌ଜିଏମ୍‌ରେ ନିଷ୍ପତ୍ତି ନିଆ ଯାଇଥିଲା ଯେ ଭାରତରେ ହେବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ଅଧିକ ସମୟ ଦିଆଯାଉ। ମଙ୍ଗଳବାର ଆଇସିସି ବୋର୍ଡ ବୈଠକରେ ଏହି କଥା ଗାଙ୍ଗୁଲି ଔପଚାରିକ ଭାବେ ଜଣାଇବେ।

ବିସିସିଆଇର ଏହି ନିଷ୍ପତ୍ତି ଉପରେ ଆଇସିସି ବୋର୍ଡ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେବାର ସମ୍ଭାବନା ପ୍ରାୟ ନାହିଁ। କାରଣ ଜୁଲାଇ ୧ରେ ବିସିସିଆଇ ଆଉ ଏକ ଏସ୍‌ଜିଏମ୍‌ ଡାକିଛି। ଏଥିରେ ଭାରତରେ କୋଭିଡ୍‌-୧୯ ପରିସ୍ଥିତିକୁ ଦେଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳାଯିବ କି ନାହିଁ। ପରେ ବିସିସିଆଇ ତା’ର ନିଷ୍ପତ୍ତି ଆଇସିସିକୁ ଜଣାଇବ। ତେବେ ବିସିସିଆଇର ଏହି ନିଷ୍ପତ୍ତି ବିଷୟରେ ଜୁଲାଇ ୧୮ରେ ହେବାକୁ ଥିବା ଆଇସିସିର ବାର୍ଷିକ ଅଧିବେଶନରେ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଯେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଭାରତରେ ଆୟୋଜନ ହେବ ନା ଏହାକୁ ବିକଳ୍ପ ସ୍ଥାନ ୟୁଏଇକୁ ନିଆଯିବ। ଦେଶରେ କରେନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ର ୨ୟ ଚରଣକୁ ବାଧ୍ୟହୋଇ ବିସିସିଆଇ ୟୁଏଇକୁ ନେଇଯାଇଛି। ଏହା ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବ। ତେଣୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ପରି ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ହାତଛଡ଼ା କରିବାକୁ ବିସିସିଆଇ ଚାହୁଁନାହିଁ। ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଭାରତରେ କୋଭିଡ୍‌-୧୯ ସଂକ୍ରମଣ କମୁଛି ନିଶ୍ଚୟ। ହେଲେ ଏହା ଏପରି ସ୍ଥିତିକୁ ଆସିନାହିଁ ଯେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ କରିବାକୁ ପ୍ରସ୍ତୁତ ବୋଲି ଆମେ ଦୃଢ଼ତାର ସହ କହିପାରିବୁ ନାହିଁ। ତେଣୁ ଆଇସିସିକୁ ଅଧିକ ସମୟ ମାଗିବା ଗାଙ୍ଗୁଲି ଓ ଜୟ ଶାହାଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ।

- Advertisement -

ପୁଣି ୧୬ଟି ଦଳଙ୍କୁ ନେଇ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ କରିବା ଭଳି ବଡ଼ ନିଷ୍ପତ୍ତି ବିସିସିଆଇ ନିଜଆଡ଼ୁ ନେଇପାରିବ ନାହିଁ। ସରକାରଙ୍କ ସହ ଏହାକୁ ଆଲୋଚନା ମଧ୍ୟ କରିବାକୁ ପଡ଼ିବ। ପୁଣି ତୁମେ ନିଶ୍ଚିତ ହୋଇ କହିପାରିବ ନାହିଁ ଯେ କୋଭିଡ୍‌-୧୯ ସଂକ୍ରମଣ କେବେ ପୁଣି ବଢ଼ିଯିବ। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ତାଲାବନ୍ଦ ଯୋଗୁଁ ସୁଫଳ ମିଳୁଛି। ହେଲେ ଆଇପିଏଲ୍‌ ସମୟରେ ଆମେ କରୋନା ସଂକ୍ରମଣ ହଠାତ୍ ବଢ଼ିଯିବା ଆମେ ଦେଖିଛୁ। ଯଦି ବା ଭାରତରେ ଟି୨୦ ବିଶ୍ବକପ୍‌ ଖେଳାଯାଏ; ଏହା ପୂର୍ବଘୋଷିତ ୯ଟି ସହରରେ ଖେଳାଯିବ ନାହିଁ। ୩ଟି ଷ୍ଟାଡିୟମ୍‌ ଥିବା ମୁମ୍ବଇ ଓ ନିକଟବର୍ତ୍ତୀ ପୁଣେ ସହରରେ ସମସ୍ତ ଲିଗ୍ ଓ ନକ୍‌ଆଉଟ୍‌ ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦରେ ଖେଳାଯିବ। ପୁଣି ଟ୍ବେଣ୍ଟି୨୦ ବିଶ୍ବକପ୍‌ରୁ ଟିକସ ଛାଡ଼ ପ୍ରସଙ୍ଗର ସମାଧାନ ମଧ୍ୟ ହୋଇନାହିଁ। ଏହାକୁ ନେଇ ଭାରତ ସରକାରଙ୍କ ସହ ବିସିସିଆଇର କର୍ମକର୍ତ୍ତା ଆଲୋଚନା ଚଳାଇଛନ୍ତି। ଯଦି ଭାରତ ସରକାର ଟିକସ ଛାଡ଼ିବାକୁ ରାଜି ନହୁଅନ୍ତି; ତେବେ ଆଇସିସି ଦେବାକୁ ଥିବା ୯୦୫ କୋଟି ଟଙ୍କାର ରାଜସ୍ବ ବିସିସିଆଇ ପାଇବନାହିଁ।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories