www.samajalive.in
Wednesday, December 10, 2025
17.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ, ପ୍ରଥମେ ପହଞ୍ଚିଲା ଅଷ୍ଟ୍ରେଲିଆ ସଫ୍‌ଟବଲ୍‌ ଦଳ

ଟୋକିଓ: ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଜାପାନ ରାଜଧାନୀ ଟୋକିଓରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ କ୍ରୀଡ଼ା ଆୟୋଜନ କରାଯିବ। ଜାପାନରେ କରୋନା ସଂକ୍ରମଣରେ ବୃଦ୍ଧି ଯୋଗୁଁ ଏହି ଅଲିମ୍ପିକ୍‌ସ ହେବ କି ନାହିଁ; ତାହା ସ୍ପଷ୍ଟ ହୋଇନାହିଁ। ବିଶେଷକରି; ଏପରି ପରିସ୍ଥିତିରେ ଜାପାନର ଅଧିବାସୀ ୨୦୦ରୁ ଅଧିକ ଦେଶଙ୍କୁ ନେଇ ଅଲିମ୍ପିକ୍‌ସ ଆୟୋଜନକୁ ବିରୋଧ କରୁଛନ୍ତି। ତଥାପି ଟୋକିଓ ଅଲିମ୍ପିକ୍‌ସରେ ଭାଗନେବା ପାଇଁ ସୋମବାର ସନ୍ଧ୍ୟାରେ ପ୍ରଥମ ଦେଶର କ୍ରୀଡ଼ାବିତ୍ ଭାବେ ଅଷ୍ଟ୍ରେଲିଆର ମହିଳା ସଫ୍‌ଟବଲ ଦଳ ପହଞ୍ଚି ଯାଇଛି। କରୋନା ସଂକ୍ରମଣ ଯୋଗୁଁ ୨୦୨୦ରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍‌ସକୁ ବର୍ଷେ ଘୁଞ୍ଚାଇ ଦିଆଯାଇଛି।

ସିଡ୍‌ନୀ ଛାଡ଼ିବା ପୂର୍ବରୁ ଅଷ୍ଟ୍ରେଲିଆର ୨୩ ଜଣିଆ ମହିଳା ସଫ୍‌ଟବଲ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କର ୭୨ ଘଣ୍ଟାରେ ଏକାଧିକ ଧର କୋଭିଡ୍‌ ପରୀକ୍ଷା କରାଯାଇଛି। ସମସ୍ତଙ୍କର ରିପୋର୍ଟ ନାସ୍ତିସୂଚକ ଆସିବା ପରେ ସେମାନଙ୍କୁ ଟୋକିଓ ଆସିବା ପାଇଁ ଅନୁମତି ଦିଆ ଯାଇଥିଲା। ଅଷ୍ଟ୍ରେଲିଆର ସଫ୍‌ଟବଲ ଦଳକୁ ଟୋକିଓର ଓଟା ସିଟିରେ ରଖାଯାଇଛି। ପୂରା ଦଳ ଜୈବ ନିରାପତ୍ତା ବଳୟରେ ରହିବେ। ଖେଳାଳିମାନେ ହେଟେଲରୁ ନିର୍ଦ୍ଧାରିତ ଗ୍ରାଉଣ୍ଡକୁ ଦୈନିକ ଯାଇ ଫେରିବେ। ଅନ୍ୟ କୁଆଡ଼େ ସେମାନେ ଯାଇପାରିବେ ନାହିଁ। କରୋନା ସଂକ୍ରମଣ ଯୋଗୁଁ ଏବେ ଟୋକିଓ ସହ ଜାପାନର ବହୁ ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ୨୦୦୮ରୁ ଅଲିମ୍ପିକ୍‌ସ​‌େ​‌ର ସଫ୍‌ଟବଲ ସାମିଲ ହୋଇଛି। ହେଲେ ୨୦୨୪ ଅଲିମ୍ପିକ୍‌ସରୁ ଏହାକୁ ବାଦ୍ ଦିଆଯାଇଛି। ଜୁଲାଇ ୨୧ରେ ଅଷ୍ଟ୍ରେଲିଆର ମହିଳା ସଫ୍‌ଟବଲ ଦଳ ଅଲିମ୍ପିକ୍‌ସରେ ପ୍ରଥମ ମ୍ୟାଚ୍ ଆୟୋଜକ ଜାପାନ ବିପକ୍ଷରେ ଖେଳିବ। ଏହା ପୂର୍ବରୁ ଜାପାନ ମହିଳା ଦଳ ବିରୋଧରେ ଅଷ୍ଟ୍ରେଲିଆ ଦଳ ଏକାଧିକ ଅଭ୍ୟାସ ମ୍ୟାଚ୍‌ ଖେଳିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories