www.samajalive.in
Tuesday, December 9, 2025
16.1 C
Bhubaneswar

କଟକ ଜିଲାପାଳ ହେଲେ ଅରିନ୍ଦମ ଡାକୁଆ, ଜଗତସିିଂହପୁର ଜିଲାପାଳ ଭାବେ ଅନୁପମ ଶାହାଙ୍କୁ ନିଯୁକ୍ତି

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଏବଂ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ ଓ ଜଗତସିଂହପୁର ଜିଲାପାଳ ସମେତ ରାଉରକେଲା ଓ ଅନୁଗୋଳ ପାଇଁ ନୂଆ ଏସପି ନିଯୁକ୍ତି କରାଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଆଇଜିପି କେନ୍ଦ୍ରାଞ୍ଜଳ ଏବଂ କଟକ ପାଇଁ ନୂଆ ଡିସିପିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି।

- Advertisement -

ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର କଟକ ଓ ଜଗତସିଂହପୁର ଜିଲା ପାଇଁ ନୂଆ ଜିଲାପାଳ ନିଯୁକ୍ତି କରାଯାଇଛି। ଅରିନ୍ଦମ ଡାକୁଆଙ୍କୁ କଟକ ଜିଲାପାଳ ଭାବେ ନିଯକ୍ତି କରାଯାଇଥିବାବେଳେ ଅନୁପମ ଶାହା ହେଲେ ଜଗତସିଂହପୁର ଜିଲାପାଳ। ସେହିପରି ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି, ଉମାଶଙ୍କର ଦାଶଙ୍କୁ ଅନୁଗୋଳ ଏସପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପ୍ରକାଶ ଆରଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ଆଜି ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ଭାରତୀୟ ପୁଲିସ ସେବା(ଆଇପିସଏସ) ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଓ ରାଉରକେଲାରେ ନୂଆ ଏସପି ନିଯୁକ୍ତି ଦିଆଯାଇଛି। ସେହିପରି ସଞ୍ଜୟ କୁମାର କୌଶାଲଙ୍କୁ ଆଇଜିପି ସେଣ୍ଟ୍ରାଲ ରେଞ୍ଜ ଭାବେ ବଦଳି କରାଯାଇଥିବାବେଳେ ତାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories