www.samajalive.in
Monday, December 8, 2025
27.1 C
Bhubaneswar

୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ବିଜେଡିର ୯ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ଅବସରରେ ଆଜି ବିଜୁଜନତା ଦଳର ୯ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ଆପଣମାନଙ୍କ ଆଶୀର୍ବାଦ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ବିଜେଡି ପକ୍ଷରୁ ଘୋଷଣା କରାଯାଇଥିବା ତାଲିକା ଅନୁଯାୟୀ ରେଙ୍ଗାଲିରୁ ସୁଦର୍ଶନ ହରିପାଲ ଏବଂ ରାଉରକେଲାରୁ ଶାରଦା ନାୟକଙ୍କୁ ବିଜେଡି ଟିକଟ ପ୍ରଦାନ କରାଯାଇଛି। ଭୁବନେଶ୍ବର ଜୟଦେବ ଆସନରେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ନବକିଶୋର ମଲ୍ଲିକଙ୍କୁ ଦଳ ଟିକଟ ଦେଇଛି। ସେହିପରି ବୀରମିତ୍ରପୁର ପାଇଁ ରୋହିତ ଜୋଶେଫ ତିର୍କୀ, କେନ୍ଦୁଝରରୁ ମୀନା ମାଝି, ରାଇରଙ୍ଗପୁରରୁ ରାଇସିଂ ମୁର୍ମୁ, ବାଲେଶ୍ବରରୁ ସ୍ବରୂପ ଦାସ, ବାରବାଟି କଟକରୁ ପ୍ରକାଶ ବେହେରା ଓ ସାଲେପୁର ପାଇଁ ପ୍ରଶାନ୍ତ ବେହେରାଙ୍କୁ ବିଜେଡି ଟିକଟରେ ଲଢ଼ିବା ପାଇଁ ଦଳ ଟିକଟ ଦେଇଛି।

- Advertisement -

ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ତୃତ୍ରୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ ଅଭିଜ୍ଞ, ମହିଳା ଓ ନୂଆମୁହଁ ମଧ୍ୟ ସ୍ଥାନ ପାଇଛି। ଲୋକେ ସବୁବେଳେ ବିକାଶକୁ ଆଧାର କରିଛନ୍ତି ସେହି ଅନୁଯାୟୀ ପ୍ରାର୍ଥୀ ମନୋନୟନ କରାଯାଇଛି। ଆଜି ଘୋଷଣା ପରେ ବିଜେଡି ପ୍ରାର୍ଥୀ ତାଲିକା ୧୦୮ରେ ପହଞ୍ଚିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories