www.samajalive.in
Monday, December 8, 2025
27.1 C
Bhubaneswar

ଏକାଠି ହେବେ ହ୍ରିତିକ୍‍-ଅନୁଷ୍କା!

ମୁମ୍ବଇ : ବଲିଉଡ଼ ଅଭିନେତା ହ୍ରିତିକ୍‍ ରୋଶନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ପରଦାରେ ଏକାଠି ନଜର ଆସି ପାରନ୍ତି। ନିକଟରେ ମୁକ୍ତିଲାଭ କରିଥିବା ହ୍ରିତିକ୍‍ଙ୍କ ଚଳଚ୍ଚିତ୍ର ‘ୱାର୍‍’ ବକ୍ସ ଅଫିସରେ ସୁପରହିଟ୍‍ ସାବ୍ୟସ୍ତ ହୋଇଛି ଏବଂ ହ୍ରିତିକ୍‍ ଏବେ ଏହି ସଫଳତାର ଉତ୍ସବ ପାଳନରେ ବ୍ୟସ୍ତ ଅଛନ୍ତି। ଇତି ମଧ୍ୟରେ ଖବର ମିଳିଛି ଯେ ଖୁବଶୀଘ୍ର ଅନୁଷ୍କାଙ୍କ ସହ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ କରିବେ।

ସୂଚନା ଅନୁସାରେ, ହ୍ରିତିକ୍‍ ଓ ଅନୁଷ୍କାଙ୍କୁ ନିର୍ଦ୍ଦେଶକ ଫରାହ ଖାନଙ୍କ ଆଗାମୀ ଚଳଚ୍ଚିତ୍ରରେ ଏକାଠି ଦେଖିବାକୁ ମିଳିବ। ୨୦୨୧ ସୁଦ୍ଧା ଫରାହ ଏହି ଚଳଚ୍ଚିତ୍ରକୁ ପରଦାକୁ ଆଣିବାକୁ ଚାହୁଁଛନ୍ତି। ରୋହିତ ଶେଟ୍ଟୀ ଏହାର ପ୍ରଯୋଜନା ଭାର ବହନ କରିବା ସହ ନିର୍ଦ୍ଦେଶନାରେ ମଧ୍ୟ ସାମିଲ ହେବେ। ତେବେ ଏନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହିଁ।

- Advertisement -

ସୂଚନାଯୋଗ୍ୟ, ଫରାହଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି ‘ସତ୍ତେ ପେ ସତ୍ତା’ର ରିମେକ୍‍। ଅମିତାଭ ବଚ୍ଚନ-ହେମା ମାଳିନୀଙ୍କ ଅଭିନୀତ ଏହି ଲୋକପ୍ରିୟ ଚଳଚ୍ଚିତ୍ରର ରିମେକ୍‌ରେ ମଧ୍ୟ ହ୍ରିତିକ୍‍ ରୋଶନ୍‍ ନାୟକ ଭାବେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳିଛି। ସେହିପରି ନାୟିକା ପାଇଁ ଅନୁଷ୍କା ଶର୍ମା, ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି। ହେଲେ ଚଳଚ୍ଚିତ୍ରର ନାୟକ ନାୟିକାଙ୍କୁ ନେଇ ଏଯାବତ୍‍ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories