www.samajalive.in
Sunday, December 7, 2025
15.1 C
Bhubaneswar

ଶୁକ୍ରବାର ରାଶିଫଳ (୧୫.୦୯.୨୦୨୩)

ମେଷ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଛାତ୍ରଛାତ୍ରୀଙ୍କ ପଢ଼ା ପୁସ୍ତକ ଉପରେ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍ କିଛି ଧନ ମିଳିବାର ସମ୍ଭାବନା ରହିଛି।

ବୃଷ : ଦିନଟି ଆନନ୍ଦଦାୟକ ହୋଇପାରେ। ସୁଖୀ ହେବେ। ଶୌର୍ଯ୍ୟ ପଣିଆରୁ ଜନସାଧାରଣଙ୍କର ଆଦରର ପାତ୍ର ହେବେ। ସରକାରୀ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି।

ମିଥୁନ : ବ୍ୟବସାୟୀମାନଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କୃଷି କର୍ମରେ ନିଜର ପାରଦର୍ଶିତା ପ୍ରତିପାଦନ କରିବେ। ଧର୍ମଧାରଣାରେ ନିଜକୁ ନିୟୋଜିତ କରିବେ। ଗୁଣବାନ୍ ହୋଇପାରନ୍ତି। ସଜ୍ଜନପ୍ରିୟ ହେବେ।

କର୍କଟ : ଚାରାରୋପଣ କାର୍ଯ୍ୟକ୍ରମରୁ ଆତ୍ମସନ୍ତୋଷ ମିଳିବ। ଜଳ ଦାନକରି ସନ୍ତୁ​‌ଷ୍ଟ ହେବେ। ପରିବେଶ ସୁରକ୍ଷାରେ ନିୟୋଜିତ ହୋଇ ପାରିଶ୍ରମିକ ପାଇପାରନ୍ତି। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିବେ। ପୁତ୍ରଙ୍କ ହିତକାରୀ ହେବେ।

ସିଂହ : ସରକାରୀସ୍ତରରୁ ମାନ୍ୟତା ପ୍ରାୟ ହେବାର ସୂଚନା ମିଳୁଛି। ଉଦ୍ୟମ ପ୍ରଶଂସନୀୟ ହେବ। ସର୍ବଧର୍ମ ସମନ୍ବୟରେ ପ୍ରୟାସୀ ହେବେ। ଆମିଷ, ବିଶେଷ କରି ମାଂସ ପ୍ରିୟ ହୋଇପାରନ୍ତି। ଦୃଷ୍ଟଙ୍କର ଚକ୍ଷୁଶୀଳ ହେବେ।

କନ୍ୟା : ପତ୍ନୀଙ୍କ ପରାମର୍ଶରେ ଧନ ବ୍ୟୟ କରିପାରନ୍ତି। ବିବାହ ଆଦି ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ପର୍ବରେ ଧନବ୍ୟୟ କରିବାକୁ ପଶ୍ଚାତ୍‌ପଦ ହେବେନାହିଁ। ସାଧୁମାନଙ୍କ ଆତିଥ୍ୟ ପାଇଁ ନି​‌େ​‌ର୍ଲାଭରେ ଧନବ୍ୟୟ କରିବେ।

ତୁଳା : ବିଭିନ୍ନ ପ୍ରକାରର ବ୍ୟବସାୟରୁ ଧନଲାଭର ସୂଚନା ମିଳିପାରେ। ସାଧୁ ସେବା କରି ଆତ୍ମସନ୍ତୋଷ ଲାଭ କରିବେ। ବିନୟ ଭାବ ପ୍ରଦର୍ଶନ କରି ସରକାରଙ୍କ ବିପର୍ଯ୍ୟୟ ପାଣ୍ଠିରୁ ଧନପ୍ରାପ୍ତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନ ପାଇପାରନ୍ତି।

ବିଛା : ବୁଦ୍ଧି, ବିଦ୍ୟାଯୁକ୍ତ ହୋଇପାରନ୍ତି। ଶ୍ରେଷ୍ଠ କର୍ମଯୁକ୍ତ ହେବେ। ବହୁ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି। ସରକାରୀ ମାନ୍ୟତା ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରେ। ମଧୁର ବଚନରେ ସମସ୍ତଙ୍କୁ ବଶ କରିପାରନ୍ତି।

ଧନୁ : ବେଦ-ବ୍ରାହ୍ମଣ ଭକ୍ତିଯୁକ୍ତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବା ଆଶା କରାଯାଏ। ଜନହିତକର ବାର୍ତ୍ତାର ପ୍ରଚାର ଓ ପ୍ରସାର ଧର୍ମୀ ହେବେ। ଜଣେ ପ୍ରଖ୍ୟାତ ଜନସେବକ ଭାବେ ନିର୍ବିବାଦରେ କାର୍ଯ୍ୟ କରିଚାଲିବେ।

ମକର : ଶ୍ଲୋଷଜନିତ ଜ୍ବରରେ ପୀଡ଼ିତ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ନାନା ଅସୁବିଧାର ସମ୍ମୁଖୀନ ହେବେ। ଲୋକ ସମ୍ପର୍କରେ ବାଧା ଉପୁଜିପାରେ। ପ୍ରତି ପାଦ ପାଦରେ ସତର୍କ ରହିବେ।

କୁମ୍ଭ : ସ୍ଥିର ସ୍ବଭାବ ସମ୍ପନ୍ନ ହେବେ। ଏକ ପତ୍ନୀବ୍ରତ ଆଚରଣ କରିପାରନ୍ତି। ଦେବ-ବ୍ରାହ୍ମଣମାନଙ୍କୁ ନାନା ଭାବରେ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିପାରନ୍ତି। ଧର୍ମଜ୍ଞ ହେବେ। ସଂଶୟମନା ହେବାର ସୂଚନା ମିଳୁଛି।

ମୀନ : ହର୍ଷ ଯୁକ୍ତ ଓ ବିଶୁଦ୍ଧ ଭାଷୀ ହୋଇପାରନ୍ତି। ଧନଶାଳୀ ନହେଲେ ବି ଅଭାବ ଜନିତ ଦୁର୍ଦଶାର ସମ୍ମୁଖୀନ ହେବେନାହିଁ। ଦାତା, ଭୋକ୍ତା, ଗୁଣବାନ୍ ହେବେ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ଆଶା କରାଯାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories