ଭାଗ୍ୟଫଳ ଏ ସପ୍ତାହର

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜଗିରଖି ଚଳନ୍ତୁ। କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେବ। ବୁଧବାର ଓ ଗୁରୁବାର ନୂତନ ନିଯୁକ୍ତି ମିଳିପାରେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରିବେ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ ଓ ବସ୍ତ୍ରଦାନ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ମଧ୍ୟମ ସଫଳତା ପାଇବେ। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଆଧ୍ୟାତ୍ମିକବାଦୀ ହେବେ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଯାତ୍ରାକାଳିନ ଦୁର୍ଘଟଣାର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମଅନୁରୂପ ଫଳ ପ୍ରାପ୍ତି ହେବ। ଅନ୍ୟକୁ ସାହାଯ୍ୟ କରି ଆନନ୍ଦିତ ହେବେ। ବୁଧବାର ଓ ଗୁରୁବାର ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଶୁକ୍ରବାର ଓ ଶନିବାର ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ର ନାମ ପାଠ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ। ବୁଧବାର ଓ ଗୁରୁବାର ପାରିବାରିକ ସହଯୋଗ ପ୍ରାପ୍ତ ହେତୁ ସମସ୍ୟା ଦୂରୀଭୁତ ହେବ। ଶୁକ୍ରବାର ଓ ଶନିବାର ପ୍ରତିଯୋଗିତାରେ ବିଜୟୀ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରୀତିରେ ସଫଳତା ଲାଭ କରିବେ। ସୌଖୀନ ଦ୍ରବ୍ୟ କିଣିପାରନ୍ତି। ବୁଧବାର ଓ ଗୁରୁବାର ଶତ୍ରୁଦ୍ବାରା ପରାସ୍ତ ହେବେ। ଶୁକ୍ରବାର ଓ ଶନିବାର ଧାର୍ମିକ ଚେତନାରେ ଉଦ୍‌ବୁଦ୍ଧ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ଅନ୍ନଦାନ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠା ଲାଭ କରିବେ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତି ହେବ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନହେତୁକ ଚିନ୍ତା ଦୂରହେବ। ନୂତନ ଚିନ୍ତାଧାରାଯୁକ୍ତ ହେବେ। ବୁଧବାର ଓ ଗୁରୁବାର କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତି ମିଳିପାରେ। ଧୈର୍ଯ୍ୟବାନ୍‌ ହେବେ। ଶୁକ୍ରବାର ଓ ଶନିବାର ସ୍ତ୍ରୀ ହେତୁକ ସମସ୍ୟା ଦୂରହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ତାଣ୍ଡବ ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାମାନ୍ୟ କଥାକୁ ନେଇ ପାରିବାରିକ ଅଶାନ୍ତି ଦେଖାଦେବ। ଶତ୍ରୁ ଦ୍ବାରା ପରାଭୂତ ହେବେ। ବୁଧବାର ଓ ଗୁରୁବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଶୁକ୍ରବାର ଓ ଶନିବାର କର୍ମପ୍ରବଣତା ଆପଣଙ୍କ ଭୂଷଣ ହେବ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁବାନ୍ଧବଙ୍କ ଗହଣରେ ସମୟ କଟିବ। ସମସ୍ୟା ଦୂର ପାଇଁ ଚେଷ୍ଟା କରିବେ। ବୁଧବାର ଓ ଗୁରୁବାର ସାବଧାନତା ଲୋଡ଼ା। କର୍ମକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ପରିଶ୍ରମଜନିତ କ୍ଳାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ମକର: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାବିଚିନ୍ତି କାର୍ଯ୍ୟ କରନ୍ତୁ। ଚୋରିର ସମ୍ଭାବନା ରହିଛି। ବୁଧବାର ଓ ଗୁରୁବାର କର୍ମକ୍ଷେତ୍ର ବ୍ୟାପକ ହେବ। ଦୂରଦେଶକୁ ଯାତ୍ରା କରିପାରନ୍ତି। ଶୁକ୍ରବାର ଓ ଶନିବାର ବାକ୍‌ ସଂଯମତା ରକ୍ଷା କରନ୍ତୁ। ଶତ୍ରୁ ଦ୍ବାରା ପରାଭୂତ ହେବେ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ବୁଧବାର ଓ ଗୁରୁବାର ମାଲିମକଦ୍ଦମାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତି ହେବ। ସ୍ତ୍ରୀ ହେତୁକ ଧନଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତି ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ କାଳୀଙ୍କ ସହସ୍ରନାମ ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରଗତିରେ ପଥରୋଧ ହେବ। ମାଆଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟିତ ହେବ। ବୁଧବାର ଓ ଗୁରୁବାର ଶ୍ରୀଯୁକ୍ତ ହେବେ। ସୌଖୀନ ଦ୍ରବ୍ୟ କ୍ରୟ କରିବେ। ଶୁକ୍ରବାର ଓ ଶନିବାର ଶତ୍ରୁ ଦ୍ବାରା ପରାଭୂତ ହେବେ। ମାନହାନି ଘଟିପାରେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟଖଣ୍ଡନ ପାଇଁ ସପ୍ତଶ୍ଳୋକୀ ଚଣ୍ଡୀପାଠ କରନ୍ତୁ।

Comments are closed.