ଆଜି ଭାରତ-ଅଷ୍ଟ୍ରେଲିଆ ଫାଇନାଲ
ବିନୋନି: ଗତ ନଭେମ୍ବର ୧୯ରେ ଅହମ୍ମଦାବାଦ୍ରେ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳକୁ ପରାସ୍ତକରି ଅଷ୍ଟ୍ରେଲିଆ ୬ଷ୍ଠ ଥର ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଜିତିଥିଲା। ଏବେ ବି ଭାରତୀୟ କ୍ରିକେଟପ୍ରେମୀଙ୍କ ମନରୁ ଉକ୍ତ ପରାଜୟର ଗ୍ଲାନି ଲାଘବ ହୋଇନାହିଁ। ସିନିୟର କ୍ରିକେଟ ଦଳର ଉକ୍ତ ପରାଜୟର ପ୍ରତିଶୋଧ ନେବା ନେଇ ଏବେ ଉଦୟ ସାହାରନଙ୍କ ନେତୃତ୍ବାଧିନ ଭାରତୀୟ ଜୁନିୟର କ୍ରିକେଟ ଦଳ ନିକଟରେ ବଡ଼ ସୁଯୋଗ ରହିଛି। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ବକପ-୨୦୨୪ର ଫାଇନାଲ ମ୍ୟାଚ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଭାରତ ରେକର୍ଡ ୬ଷ୍ଠ ଥର ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି। ପୂର୍ବରୁ ଭାରତ ୮ଥର ଫାଇନାଲ ଖେଳି ୫ଥର ବିଜେତା ଓ ୩ ଥର ଉପବିଜେତା ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବାବେଳେ ୪ର୍ଥ ଟ୍ରଫି ଜିତିବା ଲକ୍ଷ୍ୟ ରଖିଛି। ଦୁଇ ଦଳ ଅପରାଜିତ ରହି ଫାଇନାଲରେ ପହଞ୍ଚିଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର।
https://samajalive.in/horoscope-this-week-5/534352.html
ଅଦ୍ୟାବଧି ଭାରତ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛି। ଦଳଗତ ପ୍ରଦର୍ଶନ କରି ଭାରତ ଫାଇନାଲରେ ପହଞ୍ଚିଛି। ବ୍ୟାଟିଂ ହେଉ କି ବୋଲିଂ; ଦଳଗତ ଭାବେ ଭାରତ ଭଲକରିଛି। ଭାରତ ଲିଗ୍ ପଯ୍ୟାୟରେ ବାଂଲାଦେଶକୁ ୮୪ ରନରେ, ଆୟର୍ଲାଣ୍ଡକୁ ୨୦୧ ରନ୍ରେ ଓ ଆମେରିକାକୁ ୨୦୧ ରନ୍ରେ ପରାସ୍ତ କରିଥିଲା। ସୁପର-୬ ଗ୍ରୁପ ପର୍ଯ୍ୟାୟରେ ଏହା ନ୍ୟୁଜିଲାଣ୍ଡକୁ ୨୧୪ ରନ୍ ଓ ନେପାଳକୁ ୧୩୨ ରନ୍ରେ ପରାସ୍ତକରି ସେମିଫାଇନାଲରେ ପହଞ୍ଚିିଥିଲା। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟରେ ପରାସ୍ତକରି ଭାରତ ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ଭାରତ ପକ୍ଷରୁ ମୁସିର ଖାଁ ଚମତ୍କାର ଫର୍ମରେ ରହିବା ସହିତ ୪୩୨ ରନ୍ ଓ ଅଧିନାୟକ ଉଦୟ ସାହାରନ ୫୦୬ ରନ୍ କରିଛନ୍ତି। ଆଦର୍ଶ ସିଂହ, ସଚିନ ଧାସ୍, ପ୍ରିୟାାଂଶୁ ମୋଲିଆ ପ୍ରମୁଖ ଭଲ ଖେଳୁଛନ୍ତି। ବୋଲିଂରେ ବାମହାତି ସ୍ପିନର ସୌମ୍ୟ ପାଣ୍ଡେ ୨୬ଟି, ନମନ ତିୱାରୀ ୧୭ଟି ୱିକେଟ ନେଇଛନ୍ତି। ଏହାଛଡ଼ା ମୁସିର ଖାଁ ଓ ରାଜ୍ ଲିମ୍ବାନି ମଧ୍ୟ ୱିକେଟ ହାସଲ କରୁଛନ୍ତି। ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକଦା ଦଳ ୩୨ ରନରେ ୪ଟି ୱିକେଟ ହରାଇଥିବାବେଳେ ଉଦୟ ସାହାରନ ଓ ସଚିନ ଧାସ୍ଙ୍କ ଚମତ୍କାର ଇନିଂସ ଭାରତକୁ ଫାଇନାଲରେ ପହଞ୍ଚାଇଛି। ଅଷ୍ଟ୍ରେଲିଆ ଲିଗ୍ ପଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତିଥିଲା। ଏହା ସୁପର-୬ ପର୍ଯ୍ୟାୟରେ ଇଂଲଣ୍ଡକୁ ୧୧୦ ରନ୍ରେ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା। ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ବ୍ୟାଟିଂରେ ହଗ୍ ୱିବଗାନ ୪୫୯ ଓ ସାମ କୋନାଷ୍ଟାସ୍ ୩୪୫ ରନ୍ କରିଛନ୍ତି। ହ୍ୟାରୀ ଡିକ୍ସନ, ଅଲିଭର ପିକେଙ୍କ ଭଳି ବ୍ୟାଟ୍ସମ୍ୟାନ ମଧ୍ୟ ଭଲ କରୁଛନ୍ତି। ରାଫ୍ ମ୍ୟାକମିଲନ, ଟମ୍ କ୍ୟାମ୍ପବେଲ, କାଲମ୍ ଭିଡ୍ଲର ଭଲ ଅଲ୍ରାଉଣ୍ଡର। ଫାଷ୍ଟବୋଲର ଟମ୍ ଷ୍ଟ୍ରାକର ଚମତ୍କାର ବୋଲିଂ କରୁଛନ୍ତି। ପାକିସ୍ତାନ ବିପକ୍ଷ ସେମିଫାଇନାଲରେ ଷ୍ଟ୍ରାକର ୬ଟି ୱିକେଟ ନେଇଥିଲେ। ଉଭୟ ଦଳଙ୍କ ମଧ୍ୟରେ େଶଷ ୪ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଭାରତ ସବୁଥିରେ ବିଜୟୀ ହୋଇଛି।
Comments are closed.