www.samajalive.in
Monday, December 8, 2025
27.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୦.୧୦.୨୦୨୩)

ମେଷ : ଅଧ୍ୟାପନାର ପୂର୍ବ ପ୍ରସ୍ତୁତି ପାଇଁ ନିଜେ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ବ୍ୟବସାୟରୁ ପ୍ରଚୁର ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନରେ ଉଦ୍‌ବେଗ ଜାତ ହେବ।

ବୃଷ : କୌଶଳରେ କାର୍ଯ୍ୟ ହାସଲ କରିବେ। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ସାମୟିକ ଭାବେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି। ନୂଆ ଯାନବାହନ ସୁଖ ମିଳିବ।

ମିଥୁନ : ଉଚ୍ଚ ଆଶା ଫଳବତୀ ହେବ। ପ୍ରୀତି ଲାଭ କରିପାରନ୍ତି। ମନରେ ପ୍ରଫୁଲ୍ଲତା ଆସିବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅଶାନ୍ତି ଦୂର ହେବ। ଦେବଦର୍ଶନ ମିଳିବ। ଅର୍ଥ ପ୍ରାପ୍ତ ହେବ।

କର୍କଟ : ବୃକ୍ଷ, ଜଳ, ବନାଦି କାରବାରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ନ୍ୟାୟ ମାର୍ଗରେ ଧନ ଅର୍ଜନ କରିପାରନ୍ତି। ଇଷ୍ଟ ସ୍ମରଣ ପୂର୍ବକ ଯେଉଁ ବ୍ୟବସାୟରେ ହାତ ଦେବେ ସେଥିରେ ଧନ ଅର୍ଜନ କରିବେ।

ସିଂହ : କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଯଶସ୍ବୀ ହେବେ। ସମ୍ମାନିତ ହୋଇପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ସରକାରୀ ଆର୍ଥିକ ଅନୁଦାନ ପାଇ ଖୁସି ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ।

କନ୍ୟା : ଏକାନ୍ତ ସାଧନା ଫଳବତୀ ହେବ। ଥଣ୍ଡା, କାଶଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମଧୁର ଓ ଭଦ୍ରୋଚିତ ବ୍ୟବହାରରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

ତୁଳା :  ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି।

ବିଛା : ପାରିବାରିକ ସୁଖ ମିଳିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। କର୍ମକ୍ଷେତ୍ରକୁ ଉଳମୟ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କର୍ମଚଞ୍ଚଳ ରହିବେ।

ଧନୁ :  କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନଙ୍କ ପ୍ରିୟପାତ୍ର ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଯାନବାହନ ସୁଖ ମିଳିବ।

ମକର : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆକସ୍ମିକ ବିପଦ ଦେଖା ଦେଇପାରେ। ଜଣେ ପରୋପକାରୀ ବ୍ୟକ୍ତିଭାବେ ଆପଣ ସୁନାମ ଅର୍ଜନ କରିବେ। ଶୁଭକାର୍ଯ୍ୟ ବର୍ଜନୀୟ। ସତର୍କରେ ଚଳିବାକୁ ପଡ଼ିବ।

କୁମ୍ଭ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁଖକର ଘଟଣାମାନ ଘଟିପାରେ। ରୁଚିକର ଖାଦ୍ୟରେ ଆନନ୍ଦ ଅନୁଭବ କରିବେ। ସର୍ବସୁଖ ମିଳିପାରେ।

ମୀନ : ଭାଇ, ବନ୍ଧୁ, ଜ୍ଞାତି, କୁଟୁମ୍ବଙ୍କ ସହାୟତା ମିଳିବ। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories