www.samajalive.in
Tuesday, December 9, 2025
16.1 C
Bhubaneswar

ଶଙ୍ଖ ସହ ରଖନ୍ତୁ ଏହି ଜିନିଷ, ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେବ ଘର

ପ୍ରତ୍ୟେକ ଲୋକେ ନିଜ ଗୃହରେ ଏପରି କେତେକ ଜିନିଷ ରଖିଥାଆନ୍ତି। ଯାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ଓ ହସଖୁସିର ବାତାବରଣ ରହିଥାଏ। ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି ଆସୁଛନ୍ତି। ଜାଣନ୍ତୁ ଗୃହକୁ ପବିତ୍ର , ସୁଖ, ଶାନ୍ତି, ସମୃଦ୍ଧିରେ ପରିପୂର୍ଣ୍ଣ କରିବା ପାଇଁ କେଉଁ ବିଶେଷ ଦ୍ରବ୍ୟ ରଖିବା ଆବଶ୍ୟକ….
ଶଙ୍ଖ –
ପୂଜା ଘରେ ଶଙ୍ଖ ରଖିବା ଦ୍ୱାରା ଓ ଏହାକୁ ନିୟମିତ ବଜାଇବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଶଙ୍ଖ ପ୍ରଭୁ ବିଷ୍ଣୁଙ୍କ  ଖୁବ ପ୍ରିୟ।
ଗାଈ ଘିଅ –
ହିନ୍ଦୁ ଧର୍ମରେ ଗାଈଙ୍କୁ ମା’ ଭାବେ ସମ୍ବୋଧନ କରିବା ସହ ପୂଜାର୍ଚ୍ଚନା କରାଯାଏ। ଗାଈ ଘିଅର ଦୀପ ଜଳାଇବା, ଯଜ୍ଞ କରିବା ଆଦି କାର୍ଯ୍ୟରେ ବ୍ୟବହାର କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିଥାଏ। ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ।
ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କ ମୂର୍ତ୍ତି –
ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ଘରେ ନିଶ୍ଚୟ ରଖନ୍ତୁ। ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ। ତେଣୁ ଯେକୌଣସି ସଙ୍କଟ ସମୟରେ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ୱାରା ତାହା ଦୂର ହୋଇଥାଏ।
ମହୁ –
ଘିଅ ଭଳି ମହୁକୁ ମଧ୍ୟ ଖୁବ ପବିତ୍ର କୁହାଯାଏ। ମହୁରେ ବାସ୍ତୁ ସମସ୍ୟା ଦୂର କରିବାର କ୍ଷମତା ଥାଏ। ପୂଜାରେ ମଧ୍ୟ ମହୁର ବ୍ୟବହାର କରାଯାଏ।
ଗଙ୍ଗା ଜଳ –
ହିନ୍ଦୁ ଧର୍ମରେ ଗଙ୍ଗା ଜଳର ଖୁବ ମହତ୍ତ୍ୱ ରହିଛି। ପ୍ରତ୍ୟେକ କାର୍ଯ୍ୟରେ ଏହାକୁ ବ୍ୟବହାର କରିବା ଦ୍ୱାରା ଘରେ ସୁଖ- ସମୃଦ୍ଧି ଆସିଥାଏ।
ଆମ୍ବ ପତ୍ର –
ଗୃହର ନିକଟରେ ଏକ ଆମ୍ବ ଗଛ ନିଶ୍ଚୟ ଲଗାନ୍ତୁ। ପୂଜାର୍ଚ୍ଚନା କରିବା ସମୟରେ ଆମ୍ବର ପତ୍ରକୁ ବ୍ୟବହାର କରାଯାଏ। ବିବାହ, ପୂଜା, ଯଜ୍ଞ ଆଦିରେ ଏହି ପତ୍ରର ବିଶେଷ ମହତ୍ତ୍ୱ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories