ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ଓ ବେଲଜିୟମରେ ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି। ୨୦୨୩ ଏଫ୍ଆଇଏଚ୍ ହକି ବିଶ୍ବକପ ବିଜେତା ଜର୍ମାନୀ ୟୁରୋପିଆନ ହକି ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରି ୨୦୨୬ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ୟୁରୋପିଆନ ,ଯୋଗ୍ୟତାପଯ୍ୟାୟର ସେମିଫାଇନାଲରେ ଜର୍ମାନୀ ୪-୧ରେ ସ୍ପେନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ସହ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ଏବେ ସୁଦ୍ଧା ୬ଟି ଦଳ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଜର୍ମାନୀ ସହ ଆୟୋଜକ ଭାବେ ନେଦରଲାଣ୍ଡ୍ସ ଓ ବେଲଜିୟମ ଯୋଗ୍ୟତା ହାସଲ କରିଛନ୍ତି। ପାନ ଆମେରିକା କପ୍ -୨୦୨୫ ଚମ୍ପିଆନ ସହ ଆର୍ଜେଣ୍ଟିନା ,ଏଫ୍ଆଇଏଚ୍ ପ୍ରୋ ଲିଗ ହକି ୨୦୨୪-୨୫ ଚମ୍ପିଆନ ଅଷ୍ଟ୍ରେଲିଆ ଓ ତୃତୀୟ ସ୍ଥାନ ହାସଲ କରିଥିବା ସ୍ପେନ ଏଫ୍ଆଇଏଚ୍ ହକି ବିଶ୍ବକପ-୨୦୨୬ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ବିହାରର ରାଜଗିରରେ ଆୟୋଜିତ ହେବାକୁ ଥିବା ଏସିଆ କପ ହକିରେ ଭାରତ ଚମ୍ପିଆନ ହେଲେ ୨୦୨୬ ଏଫ୍ଆଇଏଚ୍ ହକି ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିବ।
Popular Categories



