ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍
ଡେସ୍କ: ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ପାଇବା ଫଳରେ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ପରିମାଣର ଜଳ ପ୍ରବେଶ କରୁଛି। ଫଳରେ ଆଉ ୨ଟି ଗେଟ ଖୋଲାଯାଇଛି। ଗତ ସନ୍ଧ୍ୟାରେ ୨ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିଛି।
Comments are closed.