www.samajalive.in
Wednesday, December 10, 2025
18.1 C
Bhubaneswar

ହୀରାକୁଦ ଆସନ୍ତାକାଲି ଛାଡିବ ପ୍ରଥମ ବନ୍ୟାଜଳ

ଡେସ୍କ : ହୀରାକୁଦ ଜଳଭଣ୍ଡାରରୁ ରବିବାର (ଆସନ୍ତାକାଲି) ସକାଳ ୯ଟା ପରେ ଯେ କୌଣସି ମୁହୂର୍ତ୍ତରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ୫ଟି ସ୍ଲୁଇସ୍‌‌ ଗେଟ୍‌‌ ଦେଇ ବନ୍ୟାଜଳ ଛଡ଼ାଯିବ। ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି। ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀ ଓ ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏହି ବାବଦରେ ଜନସାଧାରଣ ସତର୍କ ରହିବା ଲାଗି ମହାନଦୀ ଦେଇ ଯାଇଥିବା ଜିଲ୍ଲାଗୁଡ଼ିକୁ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସତର୍କ କରିଛନ୍ତି।
ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌‌ ଦେଇ ପ୍ରଥମେ ବନ୍ୟାଜଳ ନିଷ୍କାସନ କରାଯିବ। ଏହାପରେ ନଦୀବନ୍ଧର ଉପର ଓ ତଳ ମୁଣ୍ଡରେ ବର୍ଷାର ପରିମାଣକୁ ତର୍ଜମା କରାଯାଇ ୫ଟି ଗେଟ୍‌‌ ଖୋଲାଯିବା ନେଇ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ବାମପଟର ସ୍ପିନ୍‌‌ରୁ ତିନୋଟି ଗେଟ୍‌‌ ଏବଂ ଦକ୍ଷିଣପଟ ସ୍ପିନ୍‌‌ର ଦୁଇଟି ଖୋଲାଯିବ।

ଆଜି ଦିନ  ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୪.୩.୭ ଫୁଟ୍‌‌ ଥିଲା । ଜଳଭଣ୍ଡାରର ମଧ୍ୟକୁ ପ୍ରାୟ ୮୮ ହଜାର ୩୮୯ କ୍ୟୁସେକ୍‌‌ ଜଳ ପ୍ରବେଶ କରୁଛି । ସେହିପରି ୪୦ ହଜାର ୨୪୩ କ୍ୟୁସେକ୍‌‌ ଜଳ ଛଡ଼ାଯାଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories