www.samajalive.in
Tuesday, December 9, 2025
17.1 C
Bhubaneswar

ନିଖୋଜ ୫୦ ପର୍ବତାରୋହୀ ଉଦ୍ଧାର, ଏବେ ବି ଫସି ରହିଛନ୍ତି ୧୫୦୦ରୁ ଅଧିକ

ନୂଆଦିଲ୍ଲୀ: ତିନ ଦିନ ଧରି ହିମାଚଳ ପ୍ରଦେଶରେ ମୂଷଳଧାରର ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ୧୫୦୦ରୁ ଅଧିକ ଲୋକ ଫସି ରହିଛନ୍ତି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବାୟୁସେନାର ୩ଟି ହେଲିକପ୍ଟର ନିୟୋଜିତ କରାଯାଇଛି। ମୁଖ୍ୟମନ୍ତ୍ରୀ ସି.ଏମ୍ ଜୟରାମ କୁଲ୍ଲୁ ରିଲିଫ ଓ ଉଦ୍ଧାରକାର୍ଯ୍ୟ ତଦାରଖ କରିବା ସହ ତ୍ବରାନ୍ବିତ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସଡକ, ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବସ୍ଥାକୁ ତୁରନ୍ତ ମରାମତି କରିବାକୁ ନିର୍ଦେଶ ଦେଇଛନ୍ତି । ନିଖୋଜ ୫୦ ପର୍ବତାରୋହୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେମାନେ ଲାହୋଲ-ସ୍ପିତି ଜିଲାର ସେସୁ କ୍ଷେତ୍ରରେ ସୁରକ୍ଷିତ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ପିଙ୍ଗଦାମ ଲାରେ ଫସି ରହିଥିବା ଦୁଇ ଜଣ ଜର୍ମାନୀ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

- Advertisement -

ଏହିପରି ପ୍ରବଳ ତୁଷାରପାତ ଯୋଗୁଁ ସର୍କୁଠାରୁ କେଲାଙ୍ଗ ମଧ୍ୟରେ ୭୦ ଜଣ ବୌଦ୍ଧ ସନ୍ୟାସୀ ସମତେ ୩୦୦ ଜଣ ଫସି ରହିଛନ୍ତି । ଅନୁରୂପ ଭାବେ ଚନ୍ଦ୍ରତାଳ ହ୍ରଦ ଦେଖିବାକୁ ଆସିଥିବା ଆଇଆଇଟିର ୫ଜଣ ଛାତ୍ର ଏବଂ ଚମ୍ବାର ହୋଲିରେ ଖେଳକୁଦ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିବା ୮୧୬ ଛାତ୍ରଛାତ୍ରୀଙ୍କ ସମେତ ୧୨୦୦ ଲୋକ ଫସି ରହିଥିବା ସୂଚନା ମିଳିଛି । ଭାରତୀୟ ବାୟୁ ସେନା, ସ୍ଥାନୀୟ ପୁଲିସ୍, ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ସୁରକ୍ଷା ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories