ଶିମଲା : ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଦେଖାଦେଇଛି। ପ୍ରଦେଶରେ ୩୬ ଘଣ୍ଟାରେ ଲଗାତାର ବର୍ଷା ହେଉଛି। ପ୍ରବଳ ବର୍ଷା ଧନଜୀବନ କ୍ଷତିର କାରଣ ପାଲଟିଛି। ୨ଟି ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ କାରଣରୁ ଘର ଗୁଡିକ ତାସ ଘର ଭଳି ଭାଙ୍ଗି ପଡୁଥିବା ଦେଖାଯାଉଛି। ଭୂସ୍ଖଳନ ଯୋଗୁ ଅନେକ ହାଇୱେ ବନ୍ଦ ରହିଛି। ଏହାମଧ୍ୟରେ କୁଲ୍ଲୁରେ ଏକ ଛାତିଥରା ଦୃଶ୍ୟ ଦେଖାଯାଇଛି।
कुल्लू के आनी में बैंक के भवन गिरे। इन्हें खाली करवा दिया गया था। #Himachaldisaster#HimachalFloods pic.twitter.com/S9j6cDv3M8
— Navneet Sharma- नवनीत शर्मा (@nsharmajagran) August 24, 2023
କୁଲ୍ଲୁରେ ଲଗାତାର ହେଉଥିବା ବର୍ଷାରେ ପରିସ୍ଥିତି ବିଗିଡିଯାଇଛି। ଶିମଲାର କୃଷ୍ଣା ନଗର ଅଞ୍ଚଳରେ ବଡ ବଡ ଅଟ୍ଟାଳିକା ଭୁଶୁଡି ପଡିଥିବା ଦେଖାଯାଇଛି। ଏହାକୁ ନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି କୁଲ୍ଲୁରେ ସକାଳେ ୪ ରୁ ଅଧିକ ଘର ତାସ ଘର ଭଳି ଭୁଶୁଡି ପଡିଛି। ଆନି ବସ୍ଷ୍ଟାଣ୍ଡ ନିକଟରେ ୭ଟି କୋଠା ଭୁଶୁଡି ପଡିଛି। ହିମାଚଳପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଖବର ମିଳିଛି।



